ଓଡିଶା

odisha

ETV Bharat / state

ମଝି ଚିଲିକାରେ ଫସିଲା ଭସାପୋଲ, ସମସ୍ତେ ସୁରକ୍ଷିତ ଉଦ୍ଧାର - ଚିଲିକାରେ ଫସିଲା ଭସାପୋଲ

ଜନୀକୁଦା ଘାଟରୁ ସାତପଡ଼ା ଅଭିମୁଖେ ଭସା ପୋଲ ଫେରୁଥିବା ବେଳେ ମଝି ଚିଲିକାରେ ଅଟକି ରହିଥିଲା । ଖବର ପାଇ ପ୍ରଶାସନ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

VASA POLA
ମଝି ଚିଲିକାରେ ଫସିଲା ଭସାପୋଲ, ସମସ୍ତେ ସୁରକ୍ଷିତ ଉଦ୍ଧାର

By

Published : Feb 8, 2020, 5:54 PM IST

Updated : Feb 8, 2020, 7:09 PM IST

ବ୍ରହ୍ମଗିରି: ପ୍ରବଳ ପବନ ଯୋଗୁଁ ମଝି ଚିଲିକାରେ ଫସିଲା ଭସାପୋଲ । ଅଳ୍ପକେ ବର୍ତ୍ତିଲେ 70ରୁ ଅଧିକ ଯାତ୍ରୀ । ଜନୀକୁଦା ଘାଟରୁ ସାତପଡା ଅଭିମୁଖେ ଭସାପୋଲ ଫେରୁଥିବା ବେଳେ ମଝି ଚିଲିକାରେ ଅଟକି ରହିଥିଲା ।

ମଝି ଚିଲିକାରେ ଫସିଲା ଭସାପୋଲ, ସମସ୍ତେ ସୁରକ୍ଷିତ ଉଦ୍ଧାର

ଖବର ପାଇ ପ୍ରଶାସନ ପହଞ୍ଚି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି । ଏଥିରେ ଗୋଟିଏ ବସ୍, ଏକାଧିକ ବାଇକ ସହ ଯାତ୍ରୀ ଥିବା ସୂଚନା ରହିଛି । ବହୁ ଚେଷ୍ଟା ପରେ ସାତପଡା ଘାଟରେ ସୁରକ୍ଷିତ ଭାବେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାଶ, ଇଟିଭି ଭାରତ

Last Updated : Feb 8, 2020, 7:09 PM IST

ABOUT THE AUTHOR

...view details