ଓଡିଶା

odisha

By

Published : May 4, 2021, 5:15 PM IST

ETV Bharat / state

ବୌଦ୍ଧରୁ ଆସି ପୁରୀରେ ପହଞ୍ଚିଲା ଷଷ୍ଠ ପର୍ଯ୍ୟାୟ ରଥକାଠ

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଆସି ପହଞ୍ଚିଛି ଷଷ୍ଠ ପର୍ଯ୍ୟାୟ ରଥକାଠ । ବୌଦ୍ଧ ବନଖଣ୍ଡରୁ ରଥକାଠ ଆସିଥିବା ସୂଚନା । ଅଧିକ ପଢନ୍ତୁ....

ବୌଦ୍ଧରୁ ଆସି ପହଞ୍ଚିଲା ପୁରୀରେ ଷଷ୍ଠ ପର୍ଯ୍ୟାୟ ରଥକାଠ
ବୌଦ୍ଧରୁ ଆସି ପହଞ୍ଚିଲା ପୁରୀରେ ଷଷ୍ଠ ପର୍ଯ୍ୟାୟ ରଥକାଠ

ପୁରୀ: ରଥଯାତ୍ରା ପାଇଁ ପୁରୀରେ ଷଷ୍ଠ ପର୍ଯ୍ୟାୟ ରଥକାଠ ପହଁଚିଛି । ବୌଦ୍ଧ ବନଖଣ୍ଡ ମାଧପୁର ବନାଞ୍ଚଳ ଆଡେଣୀଗଡ଼ ସେକ୍ସନରୁ ଆସିଛି ୧୦୦ ଖଣ୍ଡ କାଠ । ୪୦ ଫୁଟିଆ ୬୧ ଖଣ୍ଡ ଧଉରା ଓ ୩୯ ଖଣ୍ଡ ଅସନ କାଠ ଆସି ପୁରୀରେ ପହଞ୍ଚିଛି ।

ବୌଦ୍ଧରୁ ଆସି ପହଞ୍ଚିଲା ପୁରୀରେ ଷଷ୍ଠ ପର୍ଯ୍ୟାୟ ରଥକାଠ

ବୌଦ୍ଧ ଏବଂ ନୟାଗଡ ବନଖଣ୍ଡରୁ ଷଷ୍ଠ ପର୍ଯ୍ୟାୟରେ ରଥକାଠ ବୋଝେଇ ଦୁଇଟି ଟ୍ରକ ପୁରୀ ରଥଖଳାରେ ଆସି ପହଞ୍ଚିଛି । ସେଥିରେ ମୋଟ ୫୦ ଖଣ୍ଡ କାଠ ଆସି ଥିବାବେଳେ ଏଥିରେ ୪୦ଫୁଟିଆ ଅସନ ୨୦ ଖଣ୍ଡ ଓ ଧଉରା ୩୦ ଖଣ୍ଡ କାଠ ରହିଛି । ପୂର୍ବରୁ ଦୁଇଟି ଟ୍ରକରେ ମଧ୍ୟ ୫୦ ଖଣ୍ଡ କାଠ ଆସିଥିଲା । ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି । ତେଣୁ ଚଳିତ ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି ।

ତେବେ ୭୯୬ ଖଣ୍ଡ କାଠରୁ ଆଜି ପର୍ଯ୍ୟନ୍ତ ମୋଟ ୨୩୭ ଖଣ୍ଡ ରଥଖଳାକୁ ଆସି ଥିବାବେଳେ କଟକ ଖପୁରିଆ ସ' ମିଲକୁ ଯାଇଛି ୨୭୬ ଖଣ୍ଡ କାଠ । ସେହିପରି ବଳକା ୨୮୩ ଖଣ୍ଡ କାଠ ପର୍ଯ୍ୟାୟ କ୍ରମେ ଆସି ପହଞ୍ଚିବ ବୋଲି ଜଣାପଡିଛି । ଗତ ସରସ୍ୱତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯାଇଥିଲା । ଇତିମଧ୍ୟରେ ରାମନବମୀ ଦିନ କଟକ ଖପୁରୀଆ ସ' ମିଲରେ ରଥକାଠ ଚିରଟ ଅନୁକୂଳ ହୋଇ ଥିବାବେଳେ ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details