ଓଡିଶା

odisha

ETV Bharat / state

ଆଶଙ୍କାରେ ରଥଯାତ୍ରା: ରଥ ନିର୍ମାଣ କରୁଥିବା 6 ସେବାୟତ ପଜିଟିଭ

ରଥି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା 6 ସେବାୟତ କୋଭିଡ ପଜିଟିଭ୍ ଚିହ୍ନଟ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ...

ରଥ ନିର୍ମାଣରେ ଥିବା 6 ସେବାୟତ ପଜେଟିଭ
ରଥ ନିର୍ମାଣରେ ଥିବା 6 ସେବାୟତ ପଜେଟିଭ

By

Published : May 20, 2021, 12:58 PM IST

Updated : May 20, 2021, 1:19 PM IST

ପୁରୀ: ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା 6 ସେବାୟତ କୋଭିଡ ପଜିଟିଭ ଚିହ୍ନଟ । ସମସ୍ତଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । ରଥ ନିର୍ମାଣକୁ ନେଇ ବର୍ତ୍ତମାନ ଆଶଙ୍କା ଉପୁଜିଛି ।

ଆଶଙ୍କାରେ ରଥଯାତ୍ରା: ରଥ ନିର୍ମାଣ କରୁଥିବା 6 ସେବାୟତ ପଜିଟିଭ

ଆଜି(ଗୁରୁବାର) ୬ଜଣ ରଥ ନିର୍ମାଣରେ ନିୟୋଜିତ ସେବାୟତ କୋରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିଛି । ସେମାନଙ୍କ ମଧ୍ୟରୁ ଭୋଇ ସେବାୟତ ୫ ଜଣ ଏବଂ ରଥ ନିର୍ମାଣରେ ଥିବା 3 ମହାରଣା ପଜେଟିଭି ଚିହ୍ନଟ ହୋଇଥିବା ସୂଚନା ମିଳିଛି । ତେବେ ଗତକାଲି(ବୁଧବାର) ୮୮ ଜଣଙ୍କର ଟେଷ୍ଟ କରାଯାଇଥିଲା । ସେପଟେ ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିରର ୧୯୨ ଜଣ ସେବାୟତ ପଜେଟିଭ ଚିହ୍ନଟ ହୋଇ ଥିବାବେଳେ ୧୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରଥ ନିର୍ମାଣବେଳେ ସେବାୟତ କୋଭିଡ ପଜେଟିଭ ଚିହ୍ନଟ ହେବାପରେ କିଭଳି ରଥ ନିର୍ମାଣ କାର୍ଯ୍ୟ ଚାଲିବ ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମୀକ୍ଷା କରିଛନ୍ତି । ତିନି ରଥର ମୁଖ୍ୟ ମହାରଣା ଓ ଭୋଇ ସରଦାଙ୍କୁ ନେଇ ବୈଠକ ବସିଥିବା ଜଣାପଡିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 20, 2021, 1:19 PM IST

ABOUT THE AUTHOR

...view details