ଓଡିଶା

odisha

ETV Bharat / state

ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ: 6 ଗିରଫ, ମାରଣାସ୍ତ୍ର ଜବତ - 6-robbers-arrested

ପୁରୀ କୁମ୍ଭାରପଡା ପୋଲିସ 6 ଜଣ ଡକାୟତଙ୍କୁ ଗିରଫ କରିଛି । ମେଡ଼ିକାଲ ଛକରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ମେଡ଼ିକାଲ ଭିତରେ ଥିବା ଏଟିଏମରୁ ଲୁଟ ପାଇଁ ଯୋଜନା ଚଳାଇଥିଲେ ଏମାନେ । ଏମାନଙ୍କ ଠାରୁ 2ଟି ବୋମା, 2 ଟି ଖଣ୍ଡା, ଦୁଇଟି ରଡ଼ ଓ ଗୋଟିଏ ଟର୍ଚ୍ଚ ଜବତ ହୋଇଛି । ଅଧିକ ପଢନ୍ତୁ...

6-robbers-arrested-involved-in-bank-robbery-attempt
ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ, 6 ଗିରଫ

By

Published : Feb 6, 2021, 7:32 PM IST

ପୁରୀ: ପୁରୀ କୁମ୍ଭାରପଡା ପୋଲିସ 6 ଜଣ ଡକାୟତଙ୍କୁ ଗିରଫ କରିଛି । ଏମାନେ ମେଡ଼ିକାଲ ଛକରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ମେଡ଼ିକାଲ ଭିତରେ ଥିବା ଏଟିଏମରୁ ଲୁଟ ପାଇଁ ଯୋଜନା କରୁଥିଲେ । ଏମାନଙ୍କ ଠାରୁ 2ଟି ବୋମା, 2ଟି ଖଣ୍ଡା, ଦୁଇଟି ରଡ଼ ଓ ଗୋଟିଏ ଟର୍ଚ୍ଚ ଜବତ ହୋଇଛି ।

ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ, 6 ଗିରଫ

ଗତ 5 ତାରିଖ ରାତି 11 ଟା 30ରେ 9 ଜଣ ଦୁର୍ବୃତ୍ତ ନରେନ୍ଦ୍ର କୋଣ ଦେବୀ ଘାଟ ନିକଟରେ ଥିବା ପୋଲିସ ଖବର ପାଇଥିଲା ।

ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ, 6 ଗିରଫ

ପୋଲିସ ଟିମ ପକ୍ଷରୁ ଚଢାଉ କରାଯାଇ 9 ଜଣଙ୍କ ଭିତରୁ 6 ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ହେଲେ ଅନ୍ୟ 3 ଜଣ ଖସିଯିବାରେ ସକ୍ଷମ ହୋଇଥିଲେ । ତେବେ 6 ଗିରଫ ଅଭିଯୁକ୍ତ ହେଲେ ପୁରୀ ସୁଦର୍ଶନ ନଗରର ପୂର୍ଣ୍ଣ ଚନ୍ଦ୍ର ଦାସ , ଗଣାମଲ୍ଲସାହିର ରିତେଶ ମହାପାତ୍ର, ବାଲି ସାହିର ଆନନ୍ଦ ସ୍ୱାଇଁ, ମଣିକାର୍ନିକା ସାହିର ଚିତ୍ତ ରଞ୍ଜନ ମହାନ୍ତି , ବଳିଆ ପଣ୍ଡା ବିଜୟ ନଗରର ସୁଦର୍ଶନ ସାହୁ , ମିଶ୍ର ସାହିର ମନୋଜ ପଣ୍ଡାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details