ପୁରୀ:ଡକାୟତି ଯୋଜନା ଚାଲୁଥିବାବେଳେ ଡକାୟତ ଗ୍ୟାଙ୍ଗକୁ ଧରିଲା ପୁରୀ ତାଳବଣିଆ ପୋଲିସ । ୬ ଜଣ ହାର୍ଡକୋର ଡ଼କାୟତ ଗିରଫ ହୋଇଛନ୍ତି । ଅଭିଯୁକ୍ତମାନେ ହେଲେ ପୁରୀ ମିଶ୍ର ସାହି ଅଧୀନସ୍ଥ ଜଗନ୍ନାଥ ବସ୍ତି ଅଞ୍ଚଳର ମନୋଜ ପଣ୍ଡା, ମାର୍କଣ୍ଡେଶ୍ୱର ସାହିର ତ୍ରିପତି ନାୟକ, ପୁରୁଷୋତ୍ତମ ନଗର ଦାଦାବାଡ଼ି ଅଞ୍ଚଳର କଣାରଞ୍ଜନ ଓରଫ ରଞ୍ଜନ ବେହେର, କଣ୍ଠପୁର ଅଞ୍ଚଳର ବିକ୍ରମ, ଚମାର ସାହିର ରଞ୍ଜନ ବେହେରା ଓରଫ ସୁକୁଟା, ନୀଳଚକ୍ର ନଗରର ବଣ୍ଟି ଓରଫ ରୁଦ୍ର ନାରାୟଣ ସେଠୀ ।
6 ହାର୍ଡକୋର ଡକାୟତ ଗିରଫ, ମାରଣାସ୍ତ୍ର ଜବତ - puri robbery gang
ଡକାୟତି ଯୋଜନା ଚାଲୁଥିବାବେଳେ ମାଡି ବସିଲା ପୁରୀ ତାଳବଣିଆ ପୋଲିସ । 6 ହାର୍ଡକୋର ଡକାୟତ ଗିରଫ । ଅଧିକ ପଢନ୍ତୁ...

6 ଜଣିଆ ଡକାୟତି ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ
ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହୁଲୁହୁଲିଆପୋଲ ନିକଟରୁ ସେମାନଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ଦୁଇଟି ଲୁହା ଖଣ୍ଡା, ଗୋଟିଏ ଭୁଜାଲୀ, ଦୁଇଟି ବୋମା, ଗୋଟିଏ ଲଙ୍କା ଗୁଣ୍ଡ ପ୍ୟାକେଟ ଏବଂ ଦୁଇଟି ଟର୍ଚ୍ଚ ଲାଇଟ ଜବତ ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ