ପୁରୀ:ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା । ବାଇଶି ପାହାଚରେ ଅଣନିଃଶ୍ବାସୀ ହୋଇ ଅଚେତ ହୋଇପଡିଲେ ଛାତ୍ରୀ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ହୃଦାନନ୍ଦ ହାଇସ୍କୁଲର ୭୦ ଜଣ ଛାତ୍ରୀ ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ । ଶ୍ରୀମନ୍ଦିରରେ ଦର୍ଶନ ବେଳେ ୬ ଜଣ ଛାତ୍ରୀ ବାଇଶି ପାହାଚରେ ଅଣନିଃଶ୍ବାସୀ ହୋଇ ଅଚେତ ହୋଇପଡିଥିଲେ ।
ସେବାୟତଙ୍କ ସହଯୋଗରେ ଛାତ୍ରୀମାନଙ୍କୁ ଅଚେତ ଅବସ୍ଥାରେ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସମସ୍ତ ଛାତ୍ରୀଙ୍କୁ ସାଲାଇନ୍ ଓ ଇଞ୍ଜେକ୍ସନ ଦିଆଯିବା ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।