ଓଡିଶା

odisha

ETV Bharat / state

ପୁରୀରେ 5T ସଚିବ, ଉନ୍ନୟନମୂଳକ କାର୍ଯ୍ୟର କଲେ ଅନୁଧ୍ୟାନ - 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ

ମହାପ୍ରଭୁଙ୍କୁ ଦର୍ଶନ କଲେ 5T ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ । ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ଅଧିକ ପଢନ୍ତୁ

5t secretary vk pandian visits puri and review all development
ପୁରୀରେ 5T ସଚିବ, ଉନ୍ନୟନମୂଳକ କାର୍ଯ୍ୟର କଲେ ଅନୁଧ୍ୟାନ

By

Published : Oct 22, 2022, 12:13 PM IST

Updated : Oct 22, 2022, 2:00 PM IST

ପୁରୀ:ମହାପ୍ରଭୁଙ୍କୁ ଦର୍ଶନ କଲେ 5T ସଚିବ । ଆଜି ସକାଳୁ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ପୁରୀ ଗସ୍ତରେ ଆସିଛନ୍ତି । ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ସହ ଉନ୍ନତି ମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।

ପୁରୀରେ 5T ସଚିବ

ଶ୍ରୀମନ୍ଦିରରେ ବେଢା ପରିକ୍ରମା, ବିମଳା ମନ୍ଦିର, ବଟ ଗଣେଶ, ବେଢା କାଳୀ, ସୂର୍ଯ୍ୟ ମନ୍ଦିର, ଲକ୍ଷ୍ମୀ ମନ୍ଦିର ଦର୍ଶନ, ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ ସହ ଶ୍ରୀମନ୍ଦିରର ଆଉ କଣ କଣ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିବ ସେନେଇ ଅନୁଧ୍ୟାନ କରି ଆଲୋଚନା କରିଛନ୍ତି । ସାଙ୍ଗରେ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ମଧ୍ୟ ରହିଥିଲେ । ଦର୍ଶନ ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ:ହବିଷ୍ୟାଳିଙ୍କ ଚିକିତ୍ସା ପାଇଁ ଖୋଲିଲା ୨୪ ଘଣ୍ଟିଆ ଚିକିତ୍ସା କେନ୍ଦ୍ର

ସୂଚନା ଥାଉକି, ଏହା ପୂର୍ବରୁ ଗତ ମାସରେ ମଧ୍ୟ 5T ସଚିବ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ । NMA ପକ୍ଷରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ NOC ମିଳିବା ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଜୋରଦାର କରିବାକୁ 5T ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଶ୍ରୀମନ୍ଦିର ଚାରିପାଖ ସୁରକ୍ଷା କରିଡର ସହ ସବୁଜ ବଳୟ ସହିତ ସୌନ୍ଦର୍ଯ୍ୟକରଣ କରାଯିବା ଯୋଜନା ରହିଛି ।

ଭକ୍ତଙ୍କ ପରିକ୍ରମା ପାଇଁ ବାହାରେ ଓ ଭିତରେ ପ୍ରଦିକ୍ଷଣ ପଥ ରହିବ । ଚାରିପାଖରେ ଥିବା ମଠ ଓ ମନ୍ଦିରର ପୁନଃବିକାଶ କରାଯିବ । ରଥଯାତ୍ରା ଓ ଅନ୍ୟାନ୍ୟ ଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ବତନ୍ତ୍ର ପ୍ରଦିକ୍ଷଣ ପଥ, ଭକ୍ତଙ୍କ ସାମଗ୍ରୀ ରଖିବା ନିମନ୍ତେ ଗୃହ, ସମସ୍ତ ଦ୍ବାରରେ ସୂଚନା ଓ ଦାନ କେନ୍ଦ୍ର, ତୀର୍ଥଯାତ୍ରୀଙ୍କ ପାଇଁ ଆରକ୍ଷୀ ସେବାକେନ୍ଦ୍ର, ପାନୀୟଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଶୌଚାଳୟ ଏବଂ ATM ସୁବିଧା, ଶ୍ରୀନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟ ପୁନର୍ବିନ୍ୟାସ, ୬୦୦୦ ଭକ୍ତଙ୍କ ସୁବିଧା ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ, ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ବରେ ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ ହେବାର ଯୋଜନା ରହିଛି ।

ଇଟିଭି ଭାରତ, ପୁରୀ

Last Updated : Oct 22, 2022, 2:00 PM IST

ABOUT THE AUTHOR

...view details