ଓଡିଶା

odisha

ETV Bharat / state

ବାରହା ଆକ୍ରମଣରେ 5 ଗୁରୁତର: ପୁରୀ ଡାକ୍ତରଖାନାକୁ ସ୍ଥାନାନ୍ତର - bramhagiri boar attack

ଅପରାହ୍ନରେ ବ୍ରହ୍ମଗିରି ରେଞ୍ଜ ପଣସପଦା ଗାଁ ନିକଟରେ ଏକ ବଗିଚାରେ କାମ କରୁଥିବା ଲୋକଙ୍କୁ ହଠାତ ଏକ ଜଙ୍ଗଲୀ ବାରହା ଆସି ଗୋଡାଇ ଗୋଡ଼ାଇ ଆକ୍ରମଣ କରିଥିଲା । ଅଧିକ ପଢନ୍ତୁ...

ବାରହା ଆକ୍ରମଣରେ 5 ଗୁରୁତର: ପୁରୀ ଡାକ୍ତରଖାନାକୁ ସ୍ଥାନାନ୍ତର
ବାରହା ଆକ୍ରମଣରେ 5 ଗୁରୁତର: ପୁରୀ ଡାକ୍ତରଖାନାକୁ ସ୍ଥାନାନ୍ତର

By

Published : Jul 25, 2021, 9:47 PM IST

ବ୍ରହ୍ମଗିରି: ବାରହା ଆକ୍ରମଣରେ ୫ ଗୁରୁତର। ସମସ୍ତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଆଜି(ରବିବାର) ଅପରାହ୍ନରେ ବ୍ରହ୍ମଗିରି ରେଞ୍ଜ ପଣସପଦା ଗାଁ ନିକଟରେ ଏକ ବଗିଚାରେ କାମ କରୁଥିବା ଲୋକଙ୍କୁ ହଠାତ ଏକ ଜଙ୍ଗଲୀ ବାରହା ଆସି ଗୋଡାଇ ଗୋଡ଼ାଇ ଆକ୍ରମଣ କରିଥିଲା।

ଆହତ ମାନଙ୍କୁ ପ୍ରଥମେ ବ୍ରହ୍ମଗିରି ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆହତ ମାନଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ନଥିବାବେଳେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details