ଓଡିଶା

odisha

ETV Bharat / state

ଜିତେନ୍ଦ୍ର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ, 5 ଅଭିଯୁକ୍ତ ଗିରଫ - ଜିତେନ୍ଦ୍ର ହତ୍ୟାକାଣ୍ଡ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଧାଫାଶ, 5 ଗିରଫ

ପୁରୀ ତିଆଡ଼ି ବଗିଚା ନିକଟରେ ସୋଲ କାରିଗର ଜିତେନ୍ଦ୍ର ପୁରୋହିତଙ୍କୁ ନିର୍ମମ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ପୁରୀ ପୋଲିସ । ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟନାରାୟଣ ବିଶ୍ୱାଳ ସହ ତାଙ୍କ ଭାଇ ଶିବନାରାୟଣ ବିଶ୍ୱାଳ, ଲଷ୍ମୀନାରାୟକଣ ବିଶ୍ୱାଳ, ଆଶିଷ କୁମାର ରଥ ଓ ନିରଞ୍ଜନ ମହାନ୍ତିଙ୍କୁ ଗିରଫ କରାଯାଇଛି। ଅଧିକ ପଢନ୍ତୁ...

ଜିତେନ୍ଦ୍ର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଧାଫାଶ, 5 ଗିରଫ
ଜିତେନ୍ଦ୍ର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଧାଫାଶ, 5 ଗିରଫ

By

Published : Jul 31, 2021, 8:11 AM IST

ପୁରୀ: ପୁରୀ ତିଆଡ଼ି ବଗିଚା ନିକଟରେ ସୋଲ କାରିଗର ଜିତେନ୍ଦ୍ର ପୁରୋହିତଙ୍କୁ ନିର୍ମମ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ପୁରୀ ପୋଲିସ। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟନାରାୟଣ ବିଶ୍ୱାଳ ସହ ତାଙ୍କ ଭାଇ ଶିବନାରାୟଣ ବିଶ୍ୱାଳ, ଲଷ୍ମୀନାରାୟକଣ ବିଶ୍ୱାଳ, ଆଶିଷ କୁମାର ରଥ ଓ ନିରଞ୍ଜନ ମହାନ୍ତିଙ୍କୁ ଗିରଫ କରାଯାଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଓ ବାଇକ ଜବତ ହୋଇଛି । ଘଟଣାକୁ ରେଡ଼ ଫ୍ଲାଗ କେସ ଭାବେ ପୋଲିସ ଗୁରୁତର ସହ ନେଇଛି । ୩୦ଦିନ ଭିତରେ ହେବ ଚାର୍ଜସିଟ ।

ଜିତେନ୍ଦ୍ର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଧାଫାଶ, 5 ଗିରଫ

ଏକଦା ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟନାରାୟଣ ବିଶ୍ୱାଳ ଏବଂ ଜିତେନ୍ଦ୍ର ପୁରୋହିତ ଭଲ ବନ୍ଧୁ ଥିଲେ। ଏକ ଅପରାଧ ଘଟଣାକୁ ନେଇ ବନ୍ଧୁରୁ ବଇରି ପାଲଟିଥିଲେ ଉଭୟ । ପୂର୍ବରୁ ଜିତେନ୍ଦ୍ରଙ୍କ ଘର ଉପରକୁ ବୋମାମାଡ଼ ମଧ୍ୟ ହୋଇଥିଲା । ଗତ ୨୫ ତାରିଖରେ ଯୋଜନାବଦ୍ଧ ଭାବେ ଏହି ୫ ଜଣ ଜିତେନ୍ଦ୍ରଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ। ଏସପି କେ.ବିଶାଲ ସିଂହଙ୍କ ନେତୃତ୍ବରେ ସିଟି ଡ଼ିଏସପି, ବାସେଳୀ ସାହି ଥାନା ଓଆଇସି ଓ ଟାଉନ ଥାନା ଆଇଆଇସିଙ୍କୁ ନେଇ ୩ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details