ପୁରୀ: ଜିଲ୍ଲାରେ ଶେଷ ହୋଇଛି ‘ପରୀ ମିଶନ’ । ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରି ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ପୁରୀରେ ଆରମ୍ଭ ହୋଇଥିଲା ପରୀ ମିଶନ । ତେବେ ଜୁଲାଇ 30 ତାରିଖରୁ ଆରମ୍ଭ ହୋଇଥିବା ଏହି ମିଶନ ଗତ 13 ତାରିଖରେ ଶେଷ ହୋଇଛି । ଜିଲ୍ଲାରୁ ମୋଟ 45 ଶିଶୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପ୍ରଶାସନ ।
ପୁରୀରେ ‘ପରୀ ମିଶନ’, 45 ଶିଶୁ ଉଦ୍ଧାର
ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପୁରୀରେ ଚାଲିଥିବା ‘ପରୀ ମିଶନ’ ଶେଷ ହୋଇଛି । ଏହି ମିଶନ ଜରିଆରେ ପ୍ରଶାସନ 45ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର ହୋଇଛନ୍ତି ।
ଉଦ୍ଧାର ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର କରାଯିବା ପରେ ସରକାରଙ୍କ ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଛି। ସେଠାରେ ତାଙ୍କର ରହିବା ଖାଇବା ସହ ପାଠ ପଢାଯିବାର ବ୍ୟବସ୍ଥା ରହିଛି । ଏଥିସହ ଶିଶୁ ମାନଙ୍କ ବାପା ମାଙ୍କୁ ଡକାଇ ଶିଶୁ ମାନଙ୍କୁ ଏଭଳି କାର୍ଯ୍ୟରେ ନ ଲଗାଇବାକୁ ସଚେତନ କରାଯାଇଛି । ଯେଉଁମାନେ ଏଭଳି କୁନି କୁନି ଶିଶୁଙ୍କୁ କାମରେ ଲଗାଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସିଡବ୍ଲୁସିର ଅଧ୍ୟକ୍ଷ କହିଛନ୍ତି । ଏହାସହ ଶିଶୁ ଶ୍ରମିକ ପ୍ରଥା ଉପରେ ରୋକ୍ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ଜନସଚେତନା ମଧ୍ୟ କରାଯାଉଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ