ଓଡିଶା

odisha

ETV Bharat / state

ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, କୁମାର ଉତ୍ସାବ ପ୍ରସ୍ତୁତି ଶେଷ - ୪୪ତମ କୁମାର ଉତ୍ସବ

କୁମାର ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ପୁରୀ ଆନୁକୂଲ୍ୟରେ ୪୪ତମ କୁମାର ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ । ଅଧିକ ପଢନ୍ତୁ

ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର
ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

By ETV Bharat Odisha Team

Published : Oct 26, 2023, 10:18 PM IST

ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ପୁରୀ: ପାଖେଇ ଆସୁଛି ଗଜଲକ୍ଷ୍ମୀ ପୂଜା । ମାଆଙ୍କ ଆବାହନ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । କୁମାର ପୂର୍ଣ୍ଣିମା ଧୁମଧାମରେ ପାଳନ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ବିଭିନ୍ନ ପେଣ୍ତଲ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଛି । ତେବେ କୁମାର ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ପୁରୀ ଆନୁକୂଲ୍ୟରେ ୪୪ତମ କୁମାର ଉତ୍ସବ ଆସନ୍ତା ୨୮ ଓ ୨୯ ତାରିକ ଦିନ ପୁରୀ ବେଳାଭୂମିରେ ଅନୁଷ୍ଠିତ ହେବାକୁ ଯାଉଛି । ଏ ନେଇ ୟୁଥ ହଷ୍ଟେଲ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଛି । ତେବେ ପ୍ରତ୍ଯେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ କିଛି ଭିନ୍ନ କରିଯିବ ବୋଲି ଯୁବ ସାଂସ୍କୃତିକ ସଂସଦ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଗଜଲକ୍ଷ୍ମୀ ପୂଜାରେ ଅଶ୍ଳୀଳ ନୃତ୍ୟ ମନା, ସିଙ୍ଗଲ ୱଣ୍ଡୋ ସିଷ୍ଟମରେ ମିଳିବ ଅନୁମତି

ଦୁଇ ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସନ୍ଧ୍ୟା ୬ ଘଟିକା ଠାରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ରାତ୍ର 10ଟା କାର୍ଯ୍ୟକ୍ରମ ଚାଲୁରହିବ । ଉଦଘାଟନ ଉତ୍ସବରେ ବିଶିଷ୍ଟ ଅତିଥି ବୃନ୍ଦଙ୍କ ଉପସ୍ଥିତିରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯିବ । ତେବେ ପୂର୍ବରୁ ବିଭିନ୍ନ ସ୍କୁଲ ଓ କଲେଜରେ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହାସହ ନୃତ୍ୟ ଭିତ୍ତିକ ସମବେତ ସଙ୍ଗୀତ ଓ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ କରାଯିବ । ପରେ ଓଡିଶା ସିନେ ଜଗତର ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ତାରିକ ଅଜିଜ ଏବଂ ସୋନମ ଦାସ ଉପସ୍ଥିତ ରହି ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ସେହିପରି ୨୯ ତାରିକରେ ଲିଟିଲ ମିସ ଲିଟିଲ ମାଷ୍ଟର ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ l

ଏହା ମଧ୍ୟ ପଢନ୍ତୁ...Durga Idol Immersion Ceremony: ରାଜନଗରରେ ପ୍ରାଚୀନ ପରମ୍ପରା, ଚାପ ଖେଳି ମେଲାଣି ନେଲେ ମହାମାୟା

ଏହାପରେ ଓଡ଼ିଶାର ପାରମ୍ପାରିକ ମାହାରୀ ନୃତ୍ୟ, ଆରତୀ ନୃତ୍ୟ, ଓ ଆଧୁନିକ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ମୁଖ୍ୟ ଆକର୍ଷଣ କଣ୍ଠଶିଳ୍ପୀ କୁମାରୀ ଅନୁଷ୍କା ପାତ୍ର, ପ୍ରଣୟ ମଜୁମଦାର ଙ୍କ ଦ୍ୱାରା ଓଲିଉଡ଼ ନାଇଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକର କାର୍ଯ୍ୟକାରୀ ସଭାପତି ଭକ୍ତ ଚରଣ ଦାସ, ସାଧାରଣ ସମ୍ପାଦକ ସଦାଶିବ ନାୟକ, ସାଙ୍ଘଟନିକ ସମ୍ପାଦକ ନାରାୟଣ ଗୋଛିକାର, ବରିଷ୍ଠ ସଭ୍ୟ ବିଜୟ ଆପ୍ପଟ, ଜିତେନ୍ଦ୍ର ନାରାୟଣ ଦାସ ମହାପାତ୍ର, ପ୍ରଦୀପ ମିଶ୍ର ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details