ଓଡିଶା

odisha

ETV Bharat / state

ନିର୍ଦ୍ଦେଶକୁ ଅବମାନନା କରି 4 ଡାକ୍ତର ସସପେଣ୍ଡ

ଫନି ପ୍ରଭାବିତ ପୁରୀ ଜିଲ୍ଲାରେ କାର୍ଯ୍ୟରେ ଅବହେଳା କରୁଥିବା 4 ଜଣ ସରକାରୀ ଡାକ୍ତରଙ୍କୁ ସ୍ଵାସ୍ଥ୍ୟ ବିଭାଗ ସସପେଣ୍ଡ କରିଛି ।

By

Published : May 18, 2019, 3:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଫନି ପ୍ରଭାବିତ ପୁରୀ ଜିଲ୍ଲାରେ କାର୍ଯ୍ୟରେ ଅବହେଳା କରୁଥିବା 4 ଜଣ ସରକାରୀ ଡାକ୍ତରଙ୍କୁ ସ୍ଵାସ୍ଥ୍ୟ ବିଭାଗ ସସପେଣ୍ଡ କରିଛି । ମହାମାରୀ ବ୍ୟାପୁଥିବା ସମୟରେ ଏହି ଡାକ୍ତରମାନେ ବାହାରେ ଛୁଟି କାଟୁଥିଲେ ।

ସସପେଣ୍ଡ ହୋଇଥିବା ଡାକ୍ତରମାନେ ହେଲେ ପୁରୀ ଚିଲିକାର ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆସିଷ୍ଟାଣ୍ଡ ସର୍ଜନ ଜାହାନ ପରବିନ, ଆସିଷ୍ଟାଣ୍ଡ ସର୍ଜନ ଜକେଶ ସାମନ୍ତରାୟ, ରବେଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆସିଷ୍ଟାଣ୍ଡ ସର୍ଜନ ଜସ୍ମିନ ନୀଳିମା ପଣ୍ଡା । ଓଡିଶା ସିଭିଲ ସର୍ଭିସ ରୁଲ 12 ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହାଜିରା ପକାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଛୁଟିରେ କୁଆଡେ ଯାଇପାରିବେ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details