ଓଡିଶା

odisha

ତୃତୀୟ ଦିବସରେ ପିପିଲି ପ୍ରଚାର: ବିଜେଡି-ବିଜେପିର ଷ୍ଟାର କ୍ୟାମ୍ପେନରଙ୍କ ଘମାଘୋଟ ପ୍ରଚାର

By

Published : Sep 22, 2021, 10:50 PM IST

ପିପିଲି ଦଖଲ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦାବି କରୁଥିବାବେଳେ ପ୍ରଚାର ମଇଦାନରେ ବିଜେଡି ଓ ବିଜେପି ସବୁଠାରୁ ଆଗରେ ରହିଛନ୍ତି । ଅଧିକ ପଢନ୍ତୁ...

ତୃତୀୟ ଦିବସରେ ପିପିଲି ପ୍ରଚାର: ବିଜେଡି ଓ ବିଜେପିର ଷ୍ଟାର କ୍ୟାମ୍ପେନରଙ୍କ ଘମାଘୋଟ ପ୍ରଚାର
ତୃତୀୟ ଦିବସରେ ପିପିଲି ପ୍ରଚାର: ବିଜେଡି ଓ ବିଜେପିର ଷ୍ଟାର କ୍ୟାମ୍ପେନରଙ୍କ ଘମାଘୋଟ ପ୍ରଚାର

ପୁରୀ: ପିପିଲି ଦଖଲ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦାବି କରୁଥିବାବେଳେ ପ୍ରଚାର ମଇଦାନରେ ବିଜେଡି ଓ ବିଜେପି ସବୁଠାରୁ ଆଗରେ ରହିଛନ୍ତି । ପିପିଲିରେ ଶଙ୍ଖନାଦ ନୁହେଁ ଏଥର ପଦ୍ମ ଫୁଟିବ ବୋଲି ବିଜେପି କହିଥିବାବେଳେ ପୁଣି ସମାନ କଥା ଦୋହାରାଇଛି ବିଜେଡି । ପିପିଲି ଓ ଡେଲାଙ୍ଗରେ ଦ୍ଵାର ଦ୍ଵାର ବୁଲି ଉଭୟ ଦଳ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଥିବାବେଳେ ଏବେ ମଧ୍ୟ କଂଗ୍ରେସ କର୍ମୀ ବିଭିନ୍ନ ସ୍ଥାନରେ ବୈଠକ କରି ଲୋକଙ୍କ ନିକଟତର ହେଉଛି ।

ତୃତୀୟ ଦିବସରେ ପିପିଲି ପ୍ରଚାର: ବିଜେଡି ଓ ବିଜେପିର ଷ୍ଟାର କ୍ୟାମ୍ପେନରଙ୍କ ଘମାଘୋଟ ପ୍ରଚାର

ବିଜେପି ଓ ବିଜେଡି ଦଳର ନେତାମାନେ ପିପିଲି ଓ ଡେଲାଙ୍ଗର ବିଭିନ୍ନ ପଞ୍ଚାୟତରେ ପ୍ରଚାର କାର୍ଯ୍ୟ କରି ନିଜ ଦଳ ପାଇଁ ଭୋଟ ଭିକ୍ଷା କରିଛନ୍ତି । ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ଵିତ ପାତ୍ର ପିପିଲିର ଲକ୍ଷ୍ମୀନାରାଣପୁର ପଞ୍ଚାୟତରେ ବିଜେପି ପ୍ରାର୍ଥୀ ଆଶ୍ରିତଙ୍କ ପଟ୍ଟନାୟକଙ୍କ ପାଇଁ ଭୋଟ ଭିକ୍ଷା କରିଥିବା ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର ଆଦି ସ୍ଥାନରେ ଦୁଆର ଦୁଆର ବୁଲି ଭୋଟ ଭିକ୍ଷା କରି ପିପିଲିରେ ଆଶ୍ରିତଙ୍କୁ ଆର୍ଶିବାଦ କରିବା ପାଇଁ ଭୋଟରଙ୍କୁ ଅନୁରୋଧ କରିଥିଲେ ।

ସେହିପରି ପିପିଲି ପୁବା ଶାସନରେ ବିଜେଡି ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ସାଂସଦ ପିନାକୀ ମିଶ୍ର ଭୋଟ ଭିକ୍ଷା କରିଥିବା ବେଳେ ପିପିଲି କୂଳଶେଖର ପାଟଣା ପଞ୍ଚାୟତରେ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ବିଧାୟିକା ସ୍ଵେହ୍ନାଙ୍ଗିନୀ ଛୁରିଆ ପ୍ରଚାର କରିଥିବା ବେଳେ ଡେଲାଙ୍ଗ ଜେନାପୁରରେ ରୁଦ୍ରଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ । ବିଜେପି ଓ ବିଜେଡି ଉଭୟ ଦଳ ନିଜ ପ୍ରାର୍ଥୀ ସପକ୍ଷରେ ପିପିଲି ଭୋଟର ମତଦାନ କରିବେ ବୋଲି କହିଥିବାବେଳେ ପିପିଲିରେ ଉଭୟ ବାଜିମାତ କରିବା ନେଇ ବିଜେପି ଓ ବିଜେଡି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସେପଟେ ପିପିଲିକୁ ଦଖଲ କରିବା ପାଇଁ କଂଗ୍ରେସ କହୁଥିବାବେଳେ ଏବେ ମଧ୍ୟ ପ୍ରଚାରରେ ପଛରେ ପଡିଯାଇଛି କଂଗ୍ରେସ । ଭୋଟର ମାନଙ୍କ ଦ୍ଵାରସ୍ଥ ହେବା ପରିବର୍ତ୍ତେ ଏବେ ମଧ୍ୟ ଘର ଭିତରେ ଚାଲିଛି ଅଙ୍କକଷା। କର୍ମୀ ଓ ପୁରୁଖା କର୍ମୀଙ୍କୁ କଂଗ୍ରେସ ଏକଜୁଟ କରାଇ ନିର୍ବାଚନ ପାଇଁ ସଂଗ୍ରହ କରୁଛି ବଳ । ପିପିଲି ଲକ୍ଷ୍ମୀନାରାୟଣପୁରରେ କଂଗ୍ରେସ ନେତା ରୁଦ୍ର ରାଜୁ, ପ୍ରଦୀପ ମାଝି, ନିଶିକାନ୍ତ ମିଶ୍ର ଯୋଗ ଦେଇ କର୍ମୀ ସମ୍ମିଳନୀ ମାଧ୍ୟମରେ କଂଗ୍ରେସକୁ ଏକଜୁଟ କରିବାର କରୁଛନ୍ତି ଉଦ୍ୟମ । ସେପଟେ ସେହି ପୁରୁଣା କଥା ଦୋହାରାଇ ପିପିଲିରେ ଲୋକେ ବିଜେଡି ଓ ବିଜେପିକୁ ପ୍ରତ୍ୟାଖାନ କରି କଂଗ୍ରେସକୁ ବିଜୟ କରାଇବେ ବୋଲି କହିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details