ଓଡିଶା

odisha

ETV Bharat / state

ଅଲାରନାଥଙ୍କ ଅଣସର ଉପଲକ୍ଷେ ନିଲାମ ପ୍ରକ୍ରିୟା ଶେଷ, ୩୩ ଲକ୍ଷ ଆଦାୟ - ଅଲାରନାଥ ମନ୍ଦିର ଟ୍ରଷ୍ଟ

ବ୍ରହ୍ମଗିରି ଅଲାରନାଥ ମନ୍ଦିରରେ ଅନବସର ଉପଲକ୍ଷେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଡକା ହେଲା ନିଲାମ । ଏହି ପ୍ରକ୍ରିୟାରୁ ପ୍ରାୟ ୩୩ ଲକ୍ଷ ଟଙ୍କା ଆଦାୟ ହୋଇଛି । ସ୍ଥିର ହୋଇଥିବା କେବଳ ଅଲାରପୁର ଓ ଗୋପ ଗ୍ରାମର ବାସିନ୍ଦା ନିଲାମ ପ୍ରକ୍ରିୟାରେ ଭାଗ ନେଇଥିଲେ । ଅଧିକ ପଢ଼ନ୍ତୁ

ଅଲାରନାଥଙ୍କ ଅନବସର ଉପଲକ୍ଷେ ନିଲାମ ପ୍ରକ୍ରିୟା ଶେଷ, ୩୩ ଲକ୍ଷ ଆଦାୟ
ଅଲାରନାଥଙ୍କ ଅନବସର ଉପଲକ୍ଷେ ନିଲାମ ପ୍ରକ୍ରିୟା ଶେଷ, ୩୩ ଲକ୍ଷ ଆଦାୟ

By

Published : Jun 8, 2022, 10:51 PM IST

ବ୍ରହ୍ମଗିରି: ଅଲାରନାଥ ମନ୍ଦିରରେ ଅନବସର ଉପଲକ୍ଷେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିଲାମ ଡକା ହୋଇଛି । କେବଳ ଅଲାରପୁର ଓ ଗୋପ ଗ୍ରାମର ବାସିନ୍ଦା ଏହି ନିଲାମ ପ୍ରକ୍ରିୟାରେ ଭାଗ ନେବା ପାଇଁ ସ୍ଥିର କରାଯାଇଥିବାରୁ ସେହି ଦୁଇ ଗ୍ରାମର ଲୋକମାନେ ହିଁ ନିଲାମ ଧରିଥିଲେ । ତେବେ ଏହି ପ୍ରକ୍ରିୟାରେ ପ୍ରାୟ ୩୩ ଲକ୍ଷ ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି ।

ଏହି ନିଲାମ ସମୟରେ ଟ୍ରଷ୍ଟ ମୁଖ୍ୟ ତଥା ତହସିଲଦାର କାହ୍ନୁ ଚରଣ ଘଡାଇ, ଅତିରିକ୍ତ ତହସିଲଦାର ପ୍ରବୋଧ କୁମାର ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ କୈଳାସ ଚନ୍ଦ୍ର ପରିଡାଙ୍କ ସହ ସେବାୟତମାନେ ଉପସ୍ଥିତ ରହିଥିଲେ । ତେବେ ନିଲାମରୁ ପାର୍କିଙ୍ଗ ପାଇଁ ୧୬ ଲକ୍ଷ, ଦୀପ ଦୋକାନ ପାଇଁ ୮ ଲକ୍ଷ ୨୫ ହଜାର, ଭୋଗ ଦୋକାନ ୩ଲକ୍ଷ ୫୦ ହଜାର, ଚପଲ ସ୍ଥାଣ୍ଡ ୨ ଲକ୍ଷ ୫୦ ହଜାର ଟଙ୍କା ଆଦାୟ ହୋଇଛି ।

ଏଗୁଡ଼ିକର ସମୟ ସୀମା ୧ବର୍ଷ ଧାର୍ଯ୍ୟ କରାଯାଇଛି । ସେହିଭଳି କେବଳ ୧୫ ଦିନ କଦଳୀ ପତ୍ର ବିକ୍ରି ପାଇଁ ୨ଲକ୍ଷ ୯୫ ହଜାର ଟଙ୍କାର ନିଲାମ ଯାଇଛି । ପାର୍କିଙ୍ଗ ପାଇଁ ଟ୍ରଷ୍ଟ ସ୍ଥିର କରିଥିବା ରେଟ ଯଥା- ବାଇକ ୧୦ ଟଙ୍କା, ଅଟୋ ୨୦ ଟଙ୍କା, କାର ୩୦ ଟଙ୍କା, ଟ୍ରାବେଲର ୫୦ ଟଙ୍କା ଏବଂ ବସ ୮୦ ଟଙ୍କା ରହିବ । ଦୀପ ସର୍ବନିମ୍ନ ୧୦ ଓ କଦଳୀ ପତ୍ର ୫ ଟଙ୍କା ରଖିବା ପାଇଁ ଟ୍ରଷ୍ଟ ନିଷ୍ପତ୍ତି ନେଇଛି ।

ଇଟିଭି ଭାରତ, ବ୍ରହ୍ମଗିରି

ABOUT THE AUTHOR

...view details