ଓଡିଶା

odisha

ETV Bharat / state

ସିରିଜ ବୋମା ମାଡ ପରେ ପୁରୁଷ ଶୂନ୍ୟ ଅଣତିରିସ ଗାଁ - ସିରିଜ ବୋମା ମାଡରେ ପୁରୁଷ ଶୂନ୍ୟ ଗାଁ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ରହ୍ମଗିରି ଅଣତିରିସ ଗାଁରେ 30ରୁ ଊର୍ଦ୍ଧ୍ବ ବୋମା ମାଡ । ପୋଲିସର ପଇଁତରାରେ ଶୂନଶାନ ହୋଇପଡିଛି ଗାଁଦାଣ୍ଡ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

By

Published : Sep 14, 2019, 2:52 PM IST


ବ୍ରହ୍ମଗିରି: ସିରିଜ ବୋମା ମାଡ ପରେ ପୁରୁଷ ଶୂନ୍ୟ ବ୍ରହ୍ମଗିରିର ଅଣତିରିସି ଗାଁ । ପୋଲିସ ପଇଁତରାରେ ଶୂନଶାନ ହୋଇପଡିଛି ଗାଁ ଦାଣ୍ଡ । ଗତକାଲି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି 2 ଗୋଷ୍ଠୀ ମଧ୍ୟରେ ବୋମା ମାଡ କରାଯାଇଥିଲା । 30ରୁ ଊର୍ଦ୍ଧ୍ବ ବୋମା, କାଚ ବୋତଲ ଓ ପଥର ମାଡ କରାଯାଇଥିବାବେଳେ 5ଜଣ ଗୁରୁତର ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିବାବେଳେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସାଇଣ୍ଟିଫିକ ଟିମ୍ ସନ୍ଧାନୀ କୁକୁର ସହିତ ଗାଁରେ ଅନୁଧ୍ୟାନ କରୁଛନ୍ତି । 6ଟି ଅଫୁଟା ବୋମା, ଭଙ୍ଗା କାଚ ବୋତଲ ଓ କିଛି ସୁତୁଲୀକୁ ଜବତ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ସୂଚନାଯୋଗ୍ୟ, ଅଣତିରିସ ଗାଁର 2 ଗୋଷ୍ଠୀ ମଧ୍ୟରେ ରାଜନୈତିକ ଶତ୍ରୁତା ଲାଗି ରହିଥିଲା । 3ଦିନ ପୂର୍ବେ ଉଭୟ ଗୋଷ୍ଠୀରେ ବଚସା ହୋଇଥିଲା । ସେହି ବଚସାରୁ ଗତ ଶୁକ୍ରବାର ଉଗ୍ର ରୂପ ନେଇଥିଲା । ଯେଉଁଥିରେ ଗାଁର ଅନେକ ଘରର ଆଜବେଷ୍ଟ କବାଟ ଭାଙ୍ଗିଥିଲା ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details