ପୁରୀ: 3 ଡକାୟତ ଗିରଫ । କାଜୁ ଜଙ୍ଗଲରେ ବସି ଡକାୟତି ଯୋଜନା କରୁଥିବା ବେଳେ ପୁରୀ ପୋଲିସ 3 ଜଣ ଡକାୟତଙ୍କୁ ଗିରଫ କରିଛନ୍ତି ।
କାଜୁ ଜଙ୍ଗଲରେ ଡକାୟତି ଯୋଜନା, 3 ଗିରଫ - 3 ଡକାୟତ ଗିରଫ
କାଜୁ ଜଙ୍ଗଲରେ ବସି ଡକାୟତି ଯୋଜନା କରୁଥିବା ବେଳେ ପୁରୀ ପୋଲିସ 3 ଜଣ ଡକାୟତଙ୍କୁ ଗିରଫ କରିଛନ୍ତି । ଅଧିକ ପଢନ୍ତୁ...

3 ଡକାୟତ ଗିରଫ
ଗିରଫ ୩ ଅଭିଯୁକ୍ତ ହେଲେ ବାଲିଉପର ରାମଚଣ୍ତୀ ସାହିର ସୁଜିତ ଦାଶ, ଚନ୍ଦନପୁର ଅଞ୍ଚଳର ଟିଟୁ ସ୍ବାଇଁ ଓ ଭୁବନେଶ୍ବର ଓଲ୍ଡ ଟାଉନର ହେମନ୍ତ ଦାଶ।
ଏମାନଙ୍କ ଠାରୁ ପୋଲିସ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି । ତେବେ ଲୋକନାଥ ମନ୍ଦିର ଯାଉଥିବା ପର୍ଯ୍ୟଟକ ତଥା ଭକ୍ତଙ୍କ ଠାରୁ ଏହି ଡକାୟତମାନେ ଲୁଟପାଟ ଏବଂ ଛିନତାଇ କରିବା ପାଇଁ ମନ୍ଦିର ନିକଟ କାଜୁ ଜଙ୍ଗଲରେ ବସି ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ଏମାନଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ