ଓଡିଶା

odisha

ETV Bharat / state

ଚନ୍ଦନପୁର ଗୁଳିକାଣ୍ଡ ଘଟଣା : ତିନି ଅଭିଯୁକ୍ତ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର - ଚନ୍ଦନପୁର ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଫେରାର

ପୁରୀ ଚନ୍ଦନପୁର ଥେଣ୍ଟପୁରରେ ଗୁଳିକାଣ୍ଡ ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଚନ୍ଦନପୁର ଥାନା ପୋଲିସ । ହେଲେ ଏବେବି ଫେରାର ରହିଛି ମୁଖ୍ୟ ଅଭିଯୁକ୍ତ । ଅଧିକ ପଢନ୍ତୁ

ଚନ୍ଦନପୁର ଗୁଳିକାଣ୍ଡ ଘଟଣା : ତିନି ଅଭିଯୁକ୍ତ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର
ଚନ୍ଦନପୁର ଗୁଳିକାଣ୍ଡ ଘଟଣା : ତିନି ଅଭିଯୁକ୍ତ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

By

Published : Oct 28, 2022, 11:10 PM IST

ପୁରୀ: ଦୀପାବଳି ସନ୍ଧ୍ୟାରେ ଚନ୍ଦନପୁର ଥେଣ୍ଟପୁରରେ ଗୁଳିକାଣ୍ଡ ଘଟଣା । ଏହି ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଚନ୍ଦନପୁର ଥାନା ପୋଲିସ । ଅଭିଯୁକ୍ତଙ୍କଠାରୁ ଦୁଇଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଥିବା ବେଳେ ପୋଲିସର ତିନୋଟି ଟିମ୍ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଛାନଭିନ ଜାରି ରଖିଛି ।

ଚନ୍ଦନପୁର ଗୁଳିକାଣ୍ଡ ଘଟଣା : ତିନି ଅଭିଯୁକ୍ତ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପୁରୀ ଚନ୍ଦନପୁର ଥେଣ୍ଟପୁରରେ ଗୁଳିକାଣ୍ଡ ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଚନ୍ଦନପୁର ଥାନା ପୋଲିସ । ହେଲେ ଏବେବି ଫେରାର ରହିଛି ମୁଖ୍ୟ ଅଭିଯୁକ୍ତ । ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି ଖାକିମଠ ନୂଆ ସାହିର ନେତ୍ରାନନ୍ଦ ସାମନ୍ତରାୟ, ଦାମୋଦରପୁର ମିଥୁନ ଭୋଇ ଓ ବୀରପ୍ରତାପପୁରର ସରୋଜ କୁମାର ଭୋଇ । ଦୀପାବଳୀ ସଂଧ୍ୟାରେ ଥେଣ୍ଟପୁରରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଶଙ୍କର ବେହେରା ପ୍ରାଣ ହରାଇଥିବା ବେଳେ ନିଲୁ ବରାଳ ଗୁରୁତର ଆହତ ହୋଇଥିଲା । ପୂର୍ବ ଶlତୃତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିଲା ।

ସୂଚନା ଅନୁଯାୟୀ, ପୂର୍ବ ଶତୃତାକୁ କେନ୍ଦ୍ରକରି ମୁକୁନ୍ଦ ମିଶ୍ର ନଗରର ବିଜୟ ଖୁଣ୍ଟିଆଙ୍କ ସାନପୁଅ ଦୀପକ ଖୁଣ୍ଟିଆକୁ ଖଣ୍ଡିଆବନ୍ଧର ଦୁଇ ଅଭିଯୁକ୍ତ ଦେବୁଲା ଓ ଟୁକୁଲା ଦୁଇ ଭାଇ ମିଶି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ ଜେଲ ପଠାଇଥିବା ବେଳେ କୋର୍ଟରେ ଏବେ ଅଭିଯୁକ୍ତଙ୍କର ବିଚାର ଚାଲିଛି । ଏହି ଘଟଣାରେ ସାକ୍ଷୀ ନଦେବା ପାଇଁ ଭୟଭୀତ କରାଇବା ସହ ବିଜୟ ଖୁଣ୍ଟିଆଙ୍କ ଘର ଉପରକୁ ବୋମାମାଡ କରିଥିଲା ଗୁରୁତର ଆହତ ହୋଇଥିବା ନିଲୁ ବରାଳ । ତେଣୁ ନିଲୁକୁ ରାସ୍ତାରୁ ହଟାଇବା ପାଇଁ ବିଜୟ ଖୁଣ୍ଟିଆ ପରିବାର ଏକ ଯୋଜନା କରିଥିଲା । ଦୀପାବଳୀ ଦିନ ସୁଯୋଗ ଦେଖି ନିଲୁ ବରାଳକୁ ରାସ୍ତାରୁ ହଟାଇବା ପାଇଁ ଗୁଳିମାଡ କରିଥିଲା ବିଜୟ ଖୁଣ୍ଟିଆ । ଫଳରେ ନିଲୁର ଗୋଡରେ ଗୁଳି ବାଜିଥିଲା । ସେ ଗୁରୁତର ଆହତ ହୋଇଥିଲା । ନିଲୁ ସହିତ ଥିବା ଶଙ୍କର ବେହେରାର ପେଟରେ ଗୁଳି ବାଜିଥିବାରୁ ସେ ପ୍ରାଣ ହରାଇଥିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details