ପୁରୀ:ବୁଧବାର କୋଣାର୍କ ଉତ୍ସବର ଦିତୀୟ ସନ୍ଧ୍ୟାରେ ମନମୋହିଲା ମଣିପୁରୀ ଓ ଓଡିଶୀ ନୃତ୍ୟ ପ୍ରଦର୍ଶନ । ପ୍ରଥମେ ମଞ୍ଚରେ ପ୍ରସିଦ୍ଧ ମଣିପୁରୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । କୋଲକାତାରୁ ଆସିଥିବା ବିମ୍ବାବତୀ ଦେବୀ ଗ୍ରୁପ ପକ୍ଷରୁ ଏହି ନୃତ୍ୟ ପରିବେଷଣ ହୋଇଥିଲା ।
ପରେ ଓଡିଶୀ ନୃତ୍ୟ ପରିବେଷିତ ହୋଇଥିଲା । ବାଙ୍ଗାଲୁରୁ ଶର୍ମିଳା ମୂଖାର୍ଜୀଙ୍କ ଗ୍ରୁପ ଏହି ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଯାହା ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁ ଥିଲା । କୋଭିଡ କଟକଣା ଭିତ୍ତିରେ ସୀମିତ ସଂଖ୍ୟକ ଦର୍ଶକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ବେଳେ ରଙ୍ଗୀନ ଆଲୋକ ମାଳାରେ କୋଣାର୍କ ରଙ୍ଗ ମଞ୍ଚ ସଜେଇ ହୋଇଥିଲା ।