ଓଡିଶା

odisha

By

Published : Mar 30, 2020, 7:05 PM IST

ETV Bharat / state

ପଞ୍ଚମ ପର୍ଯ୍ୟାୟରେ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଲା 21 ଖଣ୍ଡ ରଥକାଠ

ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ନୟାଗଡ ବନଖଣ୍ଡରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଲା ରଥକାଠ । ପଞ୍ଚମ ପର୍ଯ୍ୟାୟରେ 21 ଖଣ୍ଡ ରଥକାଠ ଆସି ପହଞ୍ଚିଥିବା ସୂଚନା ।

21 pieces of chariot wood reached the office of Puri Shri Mandir
ପଞ୍ଚମ ପର୍ଯ୍ୟାୟରେ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଲା 21 ଖଣ୍ଡ ରଥକାଠ

ପୁରୀ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ନୟାଗଡ ବନଖଣ୍ଡରୁ ପଞ୍ଚମ ପର୍ଯ୍ୟାୟରେ ରଥକାଠ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି । ପଞ୍ଚମ ପର୍ଯ୍ୟାୟରେ 21ଖଣ୍ଡ ରଥକାଠ ଆସିଥିବା ଜଣାପଡିଛି । ପୂର୍ବରୁ 104 ଖଣ୍ଡ କାଠ ଆସି ପହଞ୍ଚିସାରିଛି । ଇତି ମଧ୍ୟରେ ଆସିଥିବା କିଛି କାଠ କଟକରେ ଥିବା ସରକାରୀ କରତ କଳକୁ ପଠାଇ ଦିଆଯାଇଛି । ଆସନ୍ତା ଏପ୍ରିଲ 2 ତାରିଖ ରାମ ନବମୀ ଅବସରରେ ରଥ କାଠ ଚିରା ପ୍ରକ୍ରିୟା ଆରମ୍ଭ ହେବା ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ।

ପଞ୍ଚମ ପର୍ଯ୍ୟାୟରେ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଲା 21 ଖଣ୍ଡ ରଥକାଠ

ଆସନ୍ତା ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଚଳିତ ବର୍ଷ ରଥ ନିର୍ମାଣ ପାଇଁ 672 ଖଣ୍ଡ କାଠର ଆବଶ୍ୟକ ରହିଛି । ସେଥିପାଇଁ 125ଟି କାଠ ପହଞ୍ଚି ସାରିଛି । ପୂର୍ଵ ବର୍ଷ 193 ଖଣ୍ଡ କାଠ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଚ୍ଛିତ ରଖାଯାଇଛି । ତେବେ 3ଟି ରଥ ପାଇଁ ମୋଟ 865 ଖଣ୍ଡ କାଠର ଆବଶ୍ୟକତା ରହିଥାଏ ।

ଅନ୍ୟପଟେ କୋରୋନାକୁ ନେଇ ରଥଯାତ୍ରା ଅୟୋଜନ ପାଇଁ ବିଭିନ୍ନ ଶଙ୍କା ଆଶଙ୍କା ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ ତିନି ରଥର ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି କି କୋରୋନା ପାଇଁ ଚଳିତ ବର୍ଷ ରଥଯାତ୍ରା ଅୟୋଜନ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଚର୍ଚ୍ଚା ହୋଇନାହିଁ । ଆଗାମୀ ଦିନରେ ଏନେଇ ଏକ ବୈଠକ ଅନୁଷ୍ଠିତ ହେବ । ବୈଠକରେ ରଥଯାତ୍ରା ଅୟୋଜନ ସଂକ୍ରାନ୍ତରେ ଆଲୋଚନା ହେବ ଏବଂ ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ସମସ୍ତ କାର୍ଯ୍ୟ ହେବ କରାଯିବା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details