ଓଡିଶା

odisha

ETV Bharat / state

ଗଛକଟାକୁ ନେଇ ହତ୍ୟାକାଣ୍ଡ ଘଟଣା: ୨୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ - ପୁରୀ ସଂଘବଦ୍ଧ ହତ୍ୟା ଘଟଣାରେ ରାୟ

ପୁରୀର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ରାଜକିଶୋର ଲେଙ୍କାଙ୍କ କୋର୍ଟରେ ୨୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ୨୦୧୨ ମସିହା ସେପ୍ଟେମ୍ୱର ୧୨ ତାରିଖରେ ପୁରୀ ଜିଲ୍ଲା କଣାସ ବ୍ଲକ ଚାନ୍ଦପଡାର ବଳାଜିତପୁର‌ ଗାଁରେ ଏକ ଚାଖୁଣ୍ଡା ଗଛ କଟାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅଧିକ ପଢନ୍ତୁ

21 persons get life imprisonment in puri murder case
ବଳାଜିତପୁର‌ ସଂଘବଦ୍ଧ ହତ୍ୟା ଘଟଣା: ୨୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

By

Published : Jul 19, 2022, 6:53 AM IST

ପୁରୀ: ଚାଖୁଣ୍ଡା ଗଛ କଟାକୁ କେନ୍ଦ୍ରକରି ପୁରୀ ଜିଲ୍ଲା ଅନ୍ତର୍ଗତ କଣାସ ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ମାମଲାରେ ୨୦ ଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ ହୋଇଛି । ପୁରୀ ପ୍ରଥମଶ୍ରେଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏହି ଦଣ୍ଡାଦେଶ କରିଛନ୍ତି । ଜେଲ ଦଣ୍ଡାଦେଶ ସହ ଦୋଷୀମାନଙ୍କୁ ୩୦ ହଜାର ଟଙ୍କା ଜରିମାନା ହୋଇଛି । ତେବେ ଏହି ୨୧ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇସାରିଥିବାରୁ ସମୁଦାୟ ୨୦ ଜଣକୁ ହୋଇଛି ଆଜୀବନ କାରାଦଣ୍ଡ ।

ବଳାଜିତପୁର‌ ସଂଘବଦ୍ଧ ହତ୍ୟା ଘଟଣା: ୨୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

୨୦୧୨ ମସିହା ସେପ୍ଟେମ୍ୱର ୧୨ ତାରିଖରେ ପୁରୀ ଜିଲ୍ଲା କଣାସ ବ୍ଲକ ଚାନ୍ଦପଡାର ବଳାଜିତପୁର‌ ଗାଁରେ ଏକ ଚାଖୁଣ୍ଡା ଗଛ କଟାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଯେଉଁଥିରେ ଭରତ ଚନ୍ଦ୍ର ବଳିଆର ସିଂହଙ୍କ ପୁଅ ମାନସ କୁମାର ବଳିଆର ସିଂହଙ୍କୁ ଅଭିଯୁକ୍ତମାନେ ହତ୍ୟା କରିଥିଲେ । ମାନସକୁ ବଞ୍ଚାଇବାକୁ ଯାଇ ତାଙ୍କ ବାପା, ଦାଦା ଓ ସ୍ତ୍ରୀ ମଧ୍ୟ ଆହତ ହୋଇଥିଲେ ।‌ ଏନେଇ ମୃତ ମାନସଙ୍କ ବାପା ଭରତ ଚନ୍ଦ୍ର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ କଣାସ ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା ।

ସମସ୍ତ ସାକ୍ଷୀ ପ୍ରମାଣକୁ ଆଧାର କରି ସୋମବାର ପ୍ରଥମଶ୍ରେଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ୨୦ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବା ସହ ୩୦ ହଜାର ଟଙ୍କା ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details