ପୁରୀ: କୋରୋନା ପାଇଁ ସରକାର ଲକଡାଉନ ସଟଡାଉନ ଲାଗୁ କରିଥିବା ବେଳେ ଏହି ସମୟରେ ସକ୍ରିୟ ହୋଇ ଉଠିଛନ୍ତି ମଦ ବ୍ୟବସାୟୀ । ତେବେ ଗତକାଲି(ରବିବାର) ସତ୍ୟବାଦୀ ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇ ପ୍ରାୟ 2000 ଲିଟର ମହୁଲ ପୋଚ ନଷ୍ଟ କରାଯାଇଛି ।
2000 ଲିଟର ମହୁଲ ପୋଚ ନଷ୍ଟ କଲା ପୋଲିସ - ପୁରୀ ସତ୍ୟବାଦୀ ଥାନା
ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ସୋଳହଳ ଗ୍ରାମ ନିକଟସ୍ଥ କେନାଲ କଡ଼ରେ ପୋଲିସର ଅଚାନକ ଚଢ଼ାଉ । ମଦ ପ୍ରସ୍ତୁତି ପାଇଁ ରଖା ଯାଇଥିବା ପ୍ରାୟ 2000 ଲିଟର ମହୁଲ ପୋଚକୁ ନଷ୍ଟ କଲା ପୋଲିସ । ଅଧିକ ପଢନ୍ତୁ...

2000 ଲିଟର ମହୁଲ ପୋଚ ନଷ୍ଟ କଲା ପୋଲିସ
ସୂଚନାମୁତାବକ, ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ସୋଳହଳ ଗ୍ରାମ ନିକଟସ୍ଥ କେନାଲ କଡ଼ରେ ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ନେତୃତ୍ବରେ ସ୍ଥାନୀୟ ପୋଲିସ ଦ୍ଵାରା ଅଚାନକ ଚଢ଼ାଉ କରାଯାଇଥିଲା । ଫଳରେ ସେଠାରେ ମଦ ପ୍ରସ୍ତୁତି ପାଇଁ ରଖା ଯାଇଥିବା ପ୍ରାୟ 2000 ଲିଟର ମହୁଲ ପୋଚକୁ ନଷ୍ଟ କରିଥିଲା ପୋଲିସ । କିନ୍ତୁ ମଦ ପ୍ରସ୍ତୁତି କରୁଥିବା ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଏନେଇ ସତ୍ୟବାଦୀ ଥାନାରେ ଏକ ମକଦ୍ଦମା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି ପୋଲିସ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ