ପୁରୀ: ରଥଯାତ୍ରାରେ 200 ସ୍ବତନ୍ତ୍ର ବସ ଓ 192 ସ୍ବତନ୍ତ୍ର ଟ୍ରେନ ଗଡିବ । ପାଂର୍କି ବ୍ୟବସ୍ଥା ପାଇଁ 17ଟି ସ୍ଥାନ ଚିହ୍ନଟ । ସୁବିଧାକୁ ନଜରରେ ରଖି ବିଦ୍ୟୁତ , ପାନୀୟ ଜଳ, ସ୍ବାସ୍ଥ୍ୟସେବା , ଡ୍ରେନେଜ ଆଦି ବ୍ୟବସ୍ଥାକୁ ଆସନ୍ତା 25 ସୁଦ୍ଧା ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ରଥଯାତ୍ରା ପାଇଁ ପୁରୀକୁ ଚାଲିବ 200 ବସ,192 ଟ୍ରେନ
ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ରଥଯାତ୍ରାକୁ ନେଇ ତୃତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରଦ୍ଧାଳୁଙ୍କ ସୁବିଧାକୁ ନଜରରେ ରଖି ସମସ୍ତ ବ୍ୟବସ୍ଥାକୁ 25 ସୁଦ୍ଧା ସାରିବାକୁ ନିଷ୍ପତ୍ତି ନିଆଯାଇଛି ।
ପ୍ରତିକାତ୍ମକ ଫଟୋ
ଗୁରୁବାର ରଥଯାତ୍ରାକୁ ନେଇ ତୃତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି । ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏହାର ପରିଚାଳନା କରାଯାଇଛି । ଏଥିରେ ସମସ୍ତ ବରିଷ୍ଠ ସେବାୟତ ଓ ବୁଦ୍ଧିଜୀବି ଉପସ୍ଥିତ ଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ