ବ୍ରହ୍ମଗିରି: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ । ଫଳରେ ଫୁଟିଲା 30 ରୁ ଊର୍ଦ୍ଧ୍ବ ବୋମା । ଏହି ବୋମା ମାଡରେ 2 ଜଣ ଆହତ ହୋଇଛନ୍ତି । ଏଭଳି ଅପରାଧିକ ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ ଅଣତିରିଶ ଗ୍ରାମରେ ।
ବ୍ରହ୍ମଗିରିରେ ବୋମା ବିସ୍ଫୋରଣ, 2 ଆହତ - ବ୍ରହ୍ମଗିରି ଅଣତିରିଶି ଗାଁରେ ଗୋଷ୍ଠୀ ସଂଘର୍ଷ
ବ୍ରହ୍ମଗିରି ଅଣତିରିଶି ଗାଁରେ ଗୋଷ୍ଠୀ ସଂଘର୍ଷ । ଗାଁରେ ଫୁଟିଲା 30ରୁ ଊର୍ଦ୍ଧ୍ବ ବୋମା । ଏହି ଘଟଣାରେ 2 ଆହାତ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି
ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି
ବ୍ରହ୍ମଗିରି ଥାନା ଅଧୀନ ଅଣତିରିଶ ଗ୍ରାମରେ ପୁର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି 2 ଗୋଷ୍ଠୀ ମଧ୍ୟ ସଂଘର୍ଷ ହୋଇଥିଲା । ଶୁକ୍ରବାର ସକାଳୁ ଉଭୟ ପକ୍ଷରୁ 30ରୁ ଊର୍ଦ୍ଧ୍ବ ବୋମା ଫୁଟାଇଛନ୍ତି । ସେପଟେ ଘଟଣା ସମ୍ପର୍କରେ ଖବର ପାଇଁ ପୋଲିସ ଘଟଣାସ୍ଥଳୀରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ