ପୁରୀ:ପୁରୀ ବେଳାଭୂମିରେ ଆସନ୍ତା ୧୯ ତାରିଖରେ ୧୯ତମ ଓଡିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ‘‘ସୋ ଟାଇମ୍ ୨୦୨୧’’ ଆୟୋଜନ ହେବ । ଉଇନିଙ୍ଗ ସ୍ପୋର୍ଟିଙ୍ଗ ଆନୁକୁଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ଦୁନିଆର ଶତାଧିକ କଳାକାର ଯୋଗଦେବେ । ଏହାସହ ଓଡିଆ ସିନେମା ଓ ଧାରାବାହିକ ଜଗତର ନାମିଦାମୀ କଳାକାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଏହାସହ ମଡର୍ଣ୍ଣ ଡାନ୍ସ, ଫ୍ୟାଶନ ସୋ ଓ ସଂଗୀତ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ।
ଆସନ୍ତା ୧୯ରେ ଓଡିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ସୋ ଟାଇମ୍-୨୦୨୧ - ସୋ ଟାଇମ୍-୨୦୨୧
ପୁରୀ ବେଳାଭୂମିରେ ଆସନ୍ତା ୧୯ ତାରିଖରେ ୧୯ତମ ଓଡିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ସୋ ଟାଇମ ୨୦୨୧ ଆୟୋଜନ ହେବ । ଅଧିକ ପଢନ୍ତୁ
୧୯ ତାରିଖରେ ୧୯ତମ ଓଡିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ସୋ ଟାଇମ୍-୨୦୨୧
୧୯ ତାରିଖରେ ୧୯ତମ ଓଡିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ସୋ ଟାଇମ୍-୨୦୨୧
ସେହିପରି ୪୦ ଜଣ କଳାକାରଙ୍କୁ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନରେ ସମ୍ମାନିତ କରାଯିବ । ଆଜି(ଶୁକ୍ରବାର) ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ‘ସୋ ଟାଇମ’ର ଅଧ୍ୟକ୍ଷ ଅନିରୁଦ୍ଧ ରାଉତ, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଶୁଭାଶିଷ ଖୁଣ୍ଟିଆ, ସମ୍ପାଦିକା ସନ୍ଧ୍ୟାବତୀ ପ୍ରଧାନ, ସଞ୍ଜିବ ରଥଶର୍ମା ଏହି ସୂଚନା ଦେଇଥିବା ବେଳେ ପ୍ରାକ୍ତନ ସମ୍ପାଦକ ସ୍ବର୍ଗତ ନବକିଶୋର ପ୍ରଧାନଙ୍କ ନାମରେ ଏହା ଉତ୍ସର୍ଗୀକୃତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ