3 ରଥର 18ଟି ଚକ ନିର୍ମାଣ ଶେଷ, କୋଭିଡ କଟକଣାରେ ଚାଲିଛି ରଥ କାମ - ରଥଖଳା
ରଥଖଳା ଯାଇ ନିର୍ମାଣ କାର୍ଯ୍ୟ ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଖୁବଶୀଘ୍ର ଆସନ୍ତା ସ୍ନାନଯାତ୍ରା ପାଇଁ ନୂଆ ଏସଓପି ଜାରି କରାଯିବା ନେଇ ସୂଚନା ଦେଲେ ଜିଲ୍ଲାପାଳ। ଅଧିକ ପଢନ୍ତୁ...
3 ରଥର 18ଟି ଚକ ନିର୍ମାଣ ଶେଷ, କୋଭିଡ କଟକଣା ଭିତରେ ଚାଲିଛି ରଥ କାମ
ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରାଜନହର ସମୂଖ ରଥଖଳା ଚଳଚଞ୍ଚଳ । ସମ୍ପୁର୍ଣ୍ଣ କୋଭିଡ଼ କଟକଣା ମଧ୍ୟରେ 3 ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଆସନ୍ତା ଗୁରୁବାର ଶ୍ରୀକ୍ଷେତ୍ର ଭଉଁରୀ ଥିବାରୁ ପରମ୍ପରା ଅନୁଯାୟୀ 3 ରଥର ଚକ ଅଖ ଡ଼େରା କାର୍ଯ୍ୟ ସମ୍ପନ୍ନ ହେବ । ଏଥିପାଇଁ ଗତକାଲି(ସୋମବାର) 3ଟି ରଥର ତିନୋଟି ଅଖ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ବେଳେ ଅନ୍ୟ ଅଖ ନିର୍ମାଣ କାର୍ଯ୍ୟ ଜାରୀ ରହିଛି। ସେହିପରି ସମୁଦାୟ ୪୨ ଟି ଚକ ମଧ୍ୟରୁ ୧୮ ଟି ଚକର କାର୍ଯ୍ୟ ଶେଷ ହୋଇଛି। ଏବେ ଅନ୍ୟ ଚକ ଗୁଡ଼ିକ ପାଇଁ ନିର୍ମିତ ହୋଇଥିବା ତୁମ୍ୱରେ ଅର ଓ ପଇ ସଂଯୋଗ କାର୍ଯ୍ୟ ଜାରି ରହିଛି।
3 ରଥର 18ଟି ଚକ ନିର୍ମାଣ ଶେଷ, କୋଭିଡ କଟକଣା ଭିତରେ ଚାଲିଛି ରଥ କାମ