ଓଡିଶା

odisha

ETV Bharat / state

18 ଗ୍ରାମ ବ୍ରାଉନସୁଗାର ଜବତ, 3 ଗିରଫ - ପୁରୀରେ ବ୍ରାଉନ ସୁଗାର ବେପାରୀଙ୍କ ପର୍ଦ୍ଦାଫାସ

ପୁରୀରେ ବ୍ରାଉନ ସୁଗାର ବେପାରୀଙ୍କ ପର୍ଦ୍ଦାଫାସ । ଗିରଫ ହେଲେ ତିନି ଅଭିଯୁକ୍ତ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jun 8, 2021, 9:55 PM IST

ପୁରୀ: ନିଶା ବେପାରୀଙ୍କ ଉପରେ ପୁରୀ ପୋଲିସ କଡା ନଜର ରଖିଥିବା ବେଳେ ବେଆଇନ ନିଶା କାରବାର ଓ ବିକ୍ରି ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି ପୋଲିସ ।

ଅଭିଯୁକ୍ତଙ୍କ ଠାରୁ ୧୮ଗ୍ରାମ ବ୍ରାଉନ ସୁଗାର ସହ ଦୁଇଟି ବାଇକ ଜବତ କରାଯାଇଛି। ଜବତ ବ୍ରାଉନ ସୁଗାର ମୂଲ୍ୟ ୧ଲକ୍ଷ ୮୦ହଜାର ଟଙ୍କା ବୋଲି ଜଣାପଡିଛି। ଗିରଫ ନିଶା ବେପାରୀ ହେଲେ ସମୁଦ୍ରକୂଳ ଥାନା ଧୋବାଖାଲର ଶ୍ୟାମସୁନ୍ଦର ନାୟକ, ଟାଉନଥାନା କାଳିକାଦେବୀ ସାହିର ମିଥୁନ ପୃଷ୍ଟି, ବ୍ରହ୍ମଗିରି ଥାନା ମଥୁରା ଗାଁର ଧଡୁ ବେହେରା ଓ କୋଣାର୍କ ଥାନା ଜନ୍ତନା ଗାଁର ଅଜୟ କୁମାର ବରାଳ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details