ଓଡିଶା

odisha

ETV Bharat / state

Konark Mahotsav 2022: ଚନ୍ଦ୍ରଭାଗା ବେଳାଭୂମିରେ ଉଦଘାଟିତ, ଓଡ଼ିଶାର କଳା ସଂସ୍କୃତିର ଝଲକ ଦେଖିବ ବିଶ୍ୱ - କୋଣାର୍କ ମହୋତ୍ସବ

ଉତ୍ସବ ମୁଖର ହୋଇଉଠିଲା ଚନ୍ଦ୍ରଭାଗା ବେଳାଭୂମି । ଆଜିଠୁ ଆରମ୍ଭ ହୋଇଛି ଅର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ ୨୦୨୨। ଏହା ଦେଶ ଦେଶ ମଧ୍ୟରେ କଳା ସଂସ୍କୃତିକୁ ଯୋଡିବାରେ ମୁଖ୍ୟ ମାଧ୍ୟମ ହେବ ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ

Konark Mahotsav 2022: ଚନ୍ଦ୍ରଭାଗା ବେଳାଭୂମିରେ ଉଦଘାଟିତ, ଓଡ଼ିଶାର କଳା ସଂସ୍କୃତିର ଝଲକ ଦେଖିବ ବିଶ୍ବ
Konark Mahotsav 2022: ଚନ୍ଦ୍ରଭାଗା ବେଳାଭୂମିରେ ଉଦଘାଟିତ, ଓଡ଼ିଶାର କଳା ସଂସ୍କୃତିର ଝଲକ ଦେଖିବ ବିଶ୍ବ

By

Published : Dec 1, 2022, 8:15 PM IST

Updated : Dec 1, 2022, 11:08 PM IST

ପୁରୀ: କୋଣାର୍କ ଚନ୍ଦ୍ର ଭାଗାରେ ଉଦଘାଟିତ ହୋଇଛି ଅର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ ୨୦୨୨ (12th International Sand Art Festival 2022)। ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଏହା ଦେଶ ଦେଶ ମଧ୍ୟରେ କଳା ସଂସ୍କୃତିକୁ ଯୋଡିବାରେ ମୁଖ୍ୟ ମାଧ୍ୟମ ହେବ ବୋଲି ପର୍ଯ୍ୟଟନ ମନ୍ତ୍ରୀ (Odisha Tourism Minister Ashwini Patra) କହିଛନ୍ତି ।

Konark Mahotsav 2022: ଚନ୍ଦ୍ରଭାଗା ବେଳାଭୂମିରେ ଉଦଘାଟିତ, ଓଡ଼ିଶାର କଳା ସଂସ୍କୃତିର ଝଲକ ଦେଖିବ ବିଶ୍ୱ

ଦେଶ ବିଦେଶରୁ ଆସିଥିବା ବାଲୁକା ଚିତ୍ର ଶିଳ୍ପୀଙ୍କ ନିଖୁଣ କଳା ସମସ୍ତଙ୍କୁ ଆକୃଷ୍ଟ କରିବ ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ । ପ୍ରଥମ ଦିନରେ ଦେଶ ବିଦେଶରୁ ଆସିଥିବା ବାଲୁକା ଚିତ୍ରଶିଳ୍ପୀଙ୍କ ଦ୍ଵାରା ଓଡ଼ିଶାର ଐତିହ୍ୟ କଳା ସଂସ୍କୃତିର ଝଲକ ଦେଖାଇଛନ୍ତି ବାଲୁକା ଶିଳ୍ପୀ । ମହାପ୍ରଭୁ ଜଗନ୍ନାଥ, ଜଗନ୍ନାଥ ମନ୍ଦିର, ଶାନ୍ତିସୂପ ଧଉଳି ଭଳି ମନ୍ଦିରକୁ କଳାକାର ମାନେ ସ୍ଥାନ ଦେଇଥିବା ବେଳେ ଓଡ଼ିଶାର ପରମ୍ପରାକୁ ନିଜ ନିଖୁଣ କଳାରେ ଦର୍ଶାଇଛନ୍ତି । ଯାହାକି ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଛି ।

ଏହା ବି ପଢନ୍ତୁ- କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ ପାଇଁ ସମୀକ୍ଷା ବୈଠକ

ଆଜିର ଏହି ଉଦଘାଟନୀ ଉତ୍ସବ ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀ ତୁଷାର କାନ୍ତି ବେହେରା, ସାଂସଦ ରାଜଶ୍ରୀ ମଲିକଙ୍କ ସମେତ ପର୍ଯ୍ୟଟନ ବିଭାଗର ବହୁ ଅଧିକାରୀ ଯୋଗ ଦେଇଛନ୍ତି । ଶାସ୍ତ୍ରୀୟ ସଙ୍ଗୀତ ଓ ବାଦ୍ୟରେ ବିଭୋର ହେବେ ଦର୍ଶକ । କୋଭିଡ କଟକଣା ହଟିବା ପରେ ପୁଣି ଚଳଚଞ୍ଚଳ ହେବ କୋଣାର୍କ ମହୋତ୍ସବ । ଆର୍ନ୍ତଜାତିକ ବାଲୁକା କଳା ଉତ୍ସବ ଆଜି ଠାରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ଆୟୋଜନ ପାଇଁ ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଛି । ମହୋତ୍ସବର ପାଞ୍ଚ ଦିନ ମଧ୍ୟରେ ଓଡିଶୀ, ଭାରତ ନାଟ୍ୟମ ଓ ଶାସ୍ତ୍ରୀୟ ସଙ୍ଗୀତର ନାମିଦାମୀ କଳାକାରଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯିବ। ତା' ସହିତ ବିଭିନ୍ନ ଦେଶରୁ ଆସିଥିବା ବାଲୁକା କଳାକାରଙ୍କୁ ନେଇ ବାଲୁକା ଚିତ୍ର କଳା ଚନ୍ଦ୍ରଭାଗାରେ ପ୍ରଦର୍ଶନ ହେବ ।

ସୂଚନା ଥାଉ କି ପ୍ରଥମ ଥର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ସିସିଟିଭିର ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ କୋଭିଡ କଟକଣା ପାଇଁ ବନ୍ଦ ରହିଥିବା ମୀନାବଜାର ଓ ଯାତ୍ରାକୁ ଚଳିତ ବର୍ଷ ଅନୁମତି ପ୍ରଦାନ କରାଯାଇଛି । ମୀନାବଜାର ପାଇଁ ଷ୍ଟଲର ଦାୟିତ୍ବ କୋଣାର୍କ ଏନଏଏସି ହାତରେ ରହିଛି । ଚଳିତ ବର୍ଷ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉ ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ଆଠ ପ୍ଲାଟୁନ ଫୋର୍ସ ମୁତୟନ ସହିତ ପାଟ୍ରୋଲିଂ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ପୁରୀ

Last Updated : Dec 1, 2022, 11:08 PM IST

ABOUT THE AUTHOR

...view details