ଓଡିଶା

odisha

ETV Bharat / state

ପୁରୀରେ ଉଡ଼ିଲା ୧୦୮ ଫୁଟର ବିଶାଳ ଜାତୀୟ ପତାକା - ସହୀଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ

ପୁରୀରେ ଲୋକାର୍ପଣ ହେଲା ୧୦୮ ଫୁଟର ବିଶାଳ ଜାତୀୟ ପତାକା । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଅଧିକ ପଢ଼ନ୍ତୁ

ଲୋକାର୍ପଣ ହେଲା ୧୦୮ ଫୁଟର ଜାତୀୟ ପତାକା
ଲୋକାର୍ପଣ ହେଲା ୧୦୮ ଫୁଟର ଜାତୀୟ ପତାକା

By

Published : Feb 13, 2023, 7:57 PM IST

ଲୋକାର୍ପଣ ହେଲା ୧୦୮ ଫୁଟର ଜାତୀୟ ପତାକା

ପୁରୀ: ପୁରୀ ବାଟ ଗାଁ ଛକଠାରେ ଲୋକାର୍ପଣ ହୋଇଛି ୧୦୮ ଫୁଟର ବିଶାଳ ଜାତୀୟ ପତାକା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ । ଏହି ଉତ୍ସବରେ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଭାପତି ତଥା ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ, ଉପ ସଭାପତି ସାଲୁ ଜିନ୍ଦଲ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ପତାକା ଉନ୍ନୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଭାରତର ସ୍ବାଧୀନତା ଆନ୍ଦୋଳନର ପ୍ରମୁଖ ବିନ୍ଧାଣି ସାଜିଥିବା ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ବୀର ହରେକୃଷ୍ଣପୁରର ଛକରେ ବିଶାଳ ତ୍ରିରଙ୍ଗା ଉଡ଼ୁଛି । ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକ ବିଶାଳ ତ୍ରିରଙ୍ଗା ଦେଖିବା ପରେ ତାଙ୍କ ହୃଦୟରେ ଜାତୀୟତା ଭାବ ଜାଗ୍ରତ ହେବ ବୋଲି ଆଶା କରାଯାଉଛି । ଏହାସହ ଦେଶ ଗଠନରେ ନିଜର‌ ଅବଦାନ ସବୁବେଳେ ମନେ ରଖିବା ପାଇଁ ଏହି ଜାତୀୟ ପତାକାକୁ ଜାତି ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ସେହିପରି ୧୦୮ ଫୁଟ ଉଚ୍ଚରେ ଉଡୁଥିବା ଏହି ପତାକା ଭାରତ ଉପରେ ଲୋଲୁପ ଦୃଷ୍ଟି ପକାଇଥିବା ଚୀନ୍ କୁ ଏକ ସନ୍ଦେଶ ବୋଲି ନିଜ ଅଭିଭାଷଣରେ କହିଥିଲେ ରାଜ୍ୟପାଳ ।

ସାରା ଭାରତରେ ବିଶାଳ ତ୍ରିରଙ୍ଗା ସ୍ଥାପନା ନେଇ କାର୍ଯ୍ୟ କରୁଛି ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ। ଏହାର ସଭାପତି ତଥା ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ ଏବଂ ଉପସଭାପତି ସାଲୁ ଜିନ୍ଦଲ ଏହି ପତାକା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ନିଜର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ତେବେ ସାରା ଭାରତରେ ଦେଶର ନାଗରିକମାନେ ନିଜନିଜ ଘରେ ତ୍ରିରଙ୍ଗା ପତାକା ସବୁଦିନ ଉଡାଇବା ପାଇଁ ଶିଳ୍ପପତି ନବୀନ ଜିନ୍ଦଲ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବା ସହ ଉଚ୍ଚତମ ନ୍ୟାୟାଳୟରେ ମଧ୍ୟ ଆଇନଗତ ଲଢେ଼ଇ କରିଥିଲେ । ଶେଷରେ ନ୍ୟାୟାଳୟ ଏବଂ କେନ୍ଦ୍ର ସରକାର ନାଗରିକଙ୍କର ସାମ୍ବିଧାନିକ ଅଧିକାରକୁ ଗ୍ରହଣ କରିବା ସହ ଘରେଘରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ଅନୁମତି ପ୍ରଦାନ କରିଥିଲେ ।

ଏଣୁ ସାରା ଦେଶରେ ଜାତୀୟ ପତାକାର ଗାରିମା ବଜାୟ ରଖିବା ଏବଂ ଦେଶବାସୀଙ୍କୁ ଜାତୀୟତାବାଦ ଅନୁଭବ ଦେବା ପାଇଁ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ସଂଗଠନ ଗଢ଼ି ଏହି କାର୍ଯ୍ୟକ୍ରମକୁ ଆଗେଇ ନେଉଥିବା କହିଛନ୍ତି ନବୀନ ଜିନ୍ଦଲ । ଜାତି, ଧର୍ମ, ବର୍ଣ୍ଣ ଓ ରାଜନୀତିରୁ ଊର୍ଦ୍ଧ୍ବରେ ରହି ପ୍ରତ୍ୟେକ ଦେଶବାସୀ ଭାରତର ଏହି ତ୍ରିରଙ୍ଗାକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ସେ ଆହ୍ବାନ ଦେଇଥିଲେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details