ଓଡିଶା

odisha

ETV Bharat / state

ସବୁଜମୟ ହେବ ଓଡିଶା, ଲାଗିବ କୋଟିଏରୁ ଊର୍ଦ୍ଧ୍ବ ଗଛ - ପ୍ରେରଣା ଇଣ୍ଟର ନ୍ୟାଶନାଲ ଗ୍ରୀନ ଆର୍ମି

ପୁରୀ ଶ୍ରୀମନ୍ଦିର ସିଂହ ଦ୍ବାରଠାରେ ଉଦଘାଟନ ହୋଇଯାଇଛି ସବୁଜ ସଂଗ୍ରାମ ଅଭିଯାନ । ଓଡିଶାକୁ ସବୁଜ, ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ କରି ଗଢି ତୋଳିବା ପାଇଁ ଆରମ୍ଭ ହେଲା ଅଭିଯାନ ।

ସବୁଜ ସଂଗ୍ରାମ ଅଭିଯାନ, 1 କୋଟିରୁ ଊର୍ଦ୍ଧ୍ବ ହେବ ବୃକ୍ଷ ରୋପଣ

By

Published : Oct 21, 2019, 11:06 PM IST

ପୁରୀ: 2035 ସୁଦ୍ଧା ଓଡିଶା ହେବ ସବୁଜମୟ । 1 କୋଟିରୁ ଊର୍ଦ୍ଧ୍ବ ହେବ ବୃକ୍ଷ ରୋପଣ । ଓଡିଶାକୁ ସବୁଜ , ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ କରି ଗଢି ତୋଳିବା ପାଇଁ ମହା ସଂକଳ୍ପ ନେଇଛି ପ୍ରେରଣା ଇଣ୍ଟର ନ୍ୟାଶନାଲ ଗ୍ରୀନ ଆର୍ମି । ଏନେଇ ପୁରୀ ଶ୍ରୀମନ୍ଦିର ସିଂହ ଦ୍ବାରଠାରେ ଉଦଘାଟନ ହୋଇଯାଇଛି ସବୁଜ ସଂଗ୍ରାମ ଅଭିଯାନ ।

ସବୁଜ ସଂଗ୍ରାମ ଅଭିଯାନ, 1 କୋଟିରୁ ଊର୍ଦ୍ଧ୍ବ ହେବ ବୃକ୍ଷ ରୋପଣ


ସିଂହ ଦ୍ବାର ସମ୍ମୁଖରେ ସବୁଜ ସେନା ଏକାଠି ହୋଇ ସାରା ବିଶ୍ବକୁ ସବୁଜ ସଂଗ୍ରାମର ବାର୍ତ୍ତା ଦେଇଛନ୍ତି । 2035 ସୁଧା ଓଡିଶାକୁ ସବୁଜ ରାଜଧାନୀ କରିବାର ଦୃଢ଼ ସଂକଳ୍ପ ନେଇଛନ୍ତି । ଏହି ଉପଲକ୍ଷେ ପୁରୀ ସହରରେ ଏକ ବିରାଟ ସବୁଜ ରାଲିର ଅୟୋଜନ କରାଯାଇଥିଲା । 2020 ଅକ୍ଟୋବର 20 ସୁଦ୍ଧା ସବୁଜ ବାହିନୀର ସଂଖ୍ୟା ଏକ ଲକ୍ଷରେ ପହଞ୍ଚାଇବା ସହ ଏକ କୋଟି ବୃକ୍ଷ ରୋପଣ ପାଇଁ ଘୋଷଣା ହୋଇଛି ।


ସଂଗଠନର ମୁଖ୍ୟ ଦିଲୀପ ଶ୍ରୀଚନ୍ଦନ ନେତୃତ୍ବରେ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ସବୁଜ ବାହିନୀ ଏକାଠି ହୋଇଥିଲେ । ଏହି ଅବସର ପୁରୀର ବିଭିନ୍ନ ପାରମ୍ପରିକ ଲୋକ ନୃତ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସମେତ ବହୁତ ବୁଦ୍ଧିଜୀବୀ, ପରିବେଶ ପ୍ରେମୀ ଯୋଗ ଦେଇଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details