ଓଡିଶା

odisha

ETV Bharat / state

ଜିଲ୍ଲା ପରିଷଦ ଉପନିର୍ବାଚନ, ନାମାଙ୍କନ ପତ୍ର ଦାଖଲ କଲେ ପ୍ରାର୍ଥୀ - ନୂଆପଡା ଖବର

ନୂଆପଡା ଜିଲ୍ଲା ପରିଷଦ ଜୋନ 2ନମ୍ବର ଉପ ନିର୍ବାଚନ ପାଇଁ ସୋମବାର ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି, କଂଗ୍ରେସ ପ୍ରାର୍ଥୀ ନୂଆପଡା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ...

zilla parishad byelection nomination
ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରାର୍ଥୀ

By

Published : Feb 1, 2021, 8:57 PM IST

Updated : Feb 1, 2021, 9:41 PM IST

ନୂଆପଡା: ଜିଲ୍ଲା ପରିଷଦ ଜୋନ 2ର ଉପ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ତିନି ଦଳର ପ୍ରାର୍ଥୀ । ଜିଲ୍ଲାପରିଷଦ ଉପନିର୍ବାଚନକୁ ନେଇ ଦଳୀୟ କର୍ମୀ ଓ ନେତାଙ୍କ ଗହଣରେ ରାଜନୈତିକ ଉଷ୍ଣତା ସରଗରମ ହୋଇଛି ।

ଜିଲ୍ଲା ପରିଷଦ ଉପନିର୍ବାଚନ, ନାମାଙ୍କନ ପତ୍ର ଦାଖଲ କଲେ ପ୍ରାର୍ଥୀ

ନୂଆପଡା ଜିଲ୍ଲା ପରିଷଦ ଜୋନ 2ନମ୍ବର ଉପ ନିର୍ବାଚନ ପାଇଁ ସୋମବାର ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି, କଂଗ୍ରେସ ପ୍ରାର୍ଥୀ ନୂଆପଡା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି ପ୍ରାର୍ଥୀ ଅବନୀ ଯୋଶୀ ଏକ ଶୋଭାଯାତ୍ରାରେ ବହୁ ନେତା କର୍ମୀ ଓ ସମର୍ଥକ ଗହଣରେ ଆସି ନାମାନଙ୍କନ ପତ୍ର ଦାଖଲ କରିଥିବାବେଳେ,ବିଜେପି ପ୍ରାର୍ଥୀ ଗୌରୀଶଙ୍କର ପଣ୍ଡା ଏବଂ କଂଗ୍ରେସ ପ୍ରାର୍ଥୀ କାଞ୍ଚନ ଶବର ନିଜ ନିଜର ପ୍ରସ୍ତାବକ ସମର୍ଥକଙ୍କ ସହ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତିନି ପ୍ରମୁଖ ଦଳର ନେତା ଓ କର୍ମୀ ଗଣ ନିର୍ବାଚନ ମଇଦାନରେ ଅବତରଣ କରି ଭୋଟରଙ୍କ ନିକଟତମ ହେବା ପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି । ହେଲେ ହାତୀ କାହା ମୁଣ୍ଡରେ କଳସ ଢାଳିବ ତାହା ନିର୍ବାଚନ ଭୋଟ ଗଣତି ପରେ ହିଁ ଜଣାପଡିବ । ସୂଚନାଥାଉକି ଚଳିତ ମାସ 2 ତାରିଖରେ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ଥିବାବେଳେ,24 ତାରିଖ ନିର୍ବାଚନ ଶେଷ ହେବ। ସେହିଭଳି 25 ତାରିଖ ଦିନ ଭୋଟ ଫଳାଫଳ ଗଣତି ହେବ ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

Last Updated : Feb 1, 2021, 9:41 PM IST

ABOUT THE AUTHOR

...view details