ଓଡିଶା

odisha

By

Published : Dec 22, 2019, 9:20 PM IST

Updated : Dec 22, 2019, 9:27 PM IST

ETV Bharat / state

ନୂଆପଡାରେ ଚାଞ୍ଚଲ୍ୟ, ବାପାକୁ ହତ୍ୟା କରି ଆତ୍ମହତ୍ୟା କଲା ପୁଅ

ପୁଅ ଭୁଲିଲା ବାପାର ସ୍ନେହ । ନିଶାସକ୍ତ ଅବସ୍ଥାରେ ବାପାକୁ ହତ୍ୟା କରିବା ପରେ ପ୍ରାଣ ହାରିଛି ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲାରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

MURDER
ନୂଆପଡାରେ ଚାଞ୍ଚଲ୍ୟ, ବାପାକୁ ହତ୍ୟା କରି ଆତ୍ମହତ୍ୟା କଲା ପୁଅ

ନୂଆପଡା: ନିଶାସକ୍ତ ପୁଅର ଉନ୍ମତ କାଣ୍ଡ । ବାପାକୁ ନିର୍ମମ ଭାବେ ହତ୍ୟା କରିବା ପରେ ପ୍ରାଣ ହାରିଛି ପୁଅ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ନିକଟସ୍ଥ ଗାଟିବେଡା ଗାଁରେ ।

ନୂଆପଡାରେ ଚାଞ୍ଚଲ୍ୟ, ବାପାକୁ ହତ୍ୟା କରି ଆତ୍ମହତ୍ୟା କଲା ପୁଅ

ମୃତକ ବାପା ପୁଅ ହେଲେ ରାମସିଂ ଭୋଇ ଓ ଦେବ ଭୋଇ । ସୂଚନା ଅନୁସାରେ, ପୁଅ ଦେବ ନିଶାସକ୍ତ ଅବସ୍ଥାରେ କୌଣସି କାରଣକୁ ବାପାକୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ପରେ ମାନସିକ ଭାରସାମ୍ୟ ହରାଇ ନିଜେ ଗଛରେ ଦଉଡି ଲଗାଇ ଆତ୍ମହତ୍ୟା କରିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Dec 22, 2019, 9:27 PM IST

ABOUT THE AUTHOR

...view details