ଓଡିଶା

odisha

By

Published : Oct 5, 2022, 4:45 PM IST

ETV Bharat / state

ବଚସାକୁ ନେଇ ଛୁରାମାଡ, ଜଣେ ମୃତ

ନୂଆପଡା ଜିଲ୍ଲା ଖଡ଼ିଆଳ ପୁଟୁପଡା ଠାରେ ଛୁରା ମାଡରେ ଜଣେ ମୃତ , ଦୁଇ ଜଣ ଗୁରୁତର । ଦୁଇ ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି । ଅଧିକ ପଢନ୍ତୁ

ବଚସାକୁ ନେଇ ଛୁରାମାଡ, ଜଣେ ମୃତ
ବଚସାକୁ ନେଇ ଛୁରାମାଡ, ଜଣେ ମୃତ

ନୂଆପଡା: ବଚସା ନେଇ ଛୁରାମାଡ । ଏଭଳି ଘଟଣା ଘଟିଛି ନୂଆପଡା ଜିଲ୍ଲା ଖଡ଼ିଆଳ ପୁଟୁପଡା ଠାରେ । ଛୁରା ମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ଦୁଇ ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ରାୟପୁର ପଠା ଯାଇଛି । ଅପରପକ୍ଷେ ଛୁରାମାଡ କରିଥିବା ଅଭିଯୁକ୍ତ ମଧ୍ୟ ଗୁରୁତର ହୋଇଛି । ଅଭିଯୁକ୍ତକୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ମୃତକଙ୍କ ପକ୍ଷରୁ ଅଭିଯୋଗ ପାଇବା ପରେ ଖଡ଼ିଆଳ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବଚସାକୁ ନେଇ ଛୁରାମାଡ, ଜଣେ ମୃତ

ସୂଚନା ଅନୁଯାୟୀ, ଖଡ଼ିଆଳ ସହରରେ ପୀଠଦଶମୀ ପାର୍ବଣ ରେ ଦେବୀ ମା' ସମଲେଶ୍ବରୀ, ମା' ରକ୍ତାମ୍ବରୀଙ୍କ ଯୋଡି ଛତର ଯାତ୍ରା ଧୁମଧାମ ସହ ଚାଲିଥିଲା । ଏହି ସମୟରେ ଖଡ଼ିଆଳ ସାହୁପଡାର ଅଭିଯୁକ୍ତ ସାଗର ସାହୁ ତାର ସହଯୋଗୀ ନିରାକାର ସାହୁ ପୁଟୁପଡା FCI ଗୋଦାମ ନିକଟସ୍ଥ ପଡିଆକୁ ଶୌଚ ପାଇଁ ଯାଇଥିଲେ । ତେବେ ସେଠାରେ ପୁଟୁପଡାର ଦେବେନ୍ଦ୍ର ଶବର, ସୁରେନ୍ଦ୍ର ଶବର ଶୌଚ ପାଇଁ ମନା କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ତେବେ ସେଠାରୁ ଦେବେନ୍ଦ୍ର ଏବଂ ସୁରେନ୍ଦ୍ର ଖସି ଆସି ବାଟରେ ପୁଟୁପଡା ରାଧାକୃଷ୍ଣ ମନ୍ଦିର ନିକଟରେ ଜଗି ଥିଲେ । ଶୌଚ ପାଇଁ ଯାଇଥିବା ସାହୁପଡାର ଦୁଇ ଯୁବକ ଫେରିବା ବେଳେ, ମନ୍ଦିର ପାଖରେ ପୁଣି ବଚସା ହୋଇଥିଲା । ପରେ ସାହୁପଡାର ଯୁବକ ସାଗର ସାହୁ ପୁଟୁପଡାର ପ୍ରଭାକର ଶବର, ଦେବେନ୍ଦ୍ର ଶବର, ସୁରେନ୍ଦ୍ର ଶବରକୁ ଛୁରାମାଡ କରିଥିଲା । ତେବେ ଛୁରା ମାଡରେ ପ୍ରଭାକର ଶବରଙ୍କ ମୃତ୍ୟୁ ହୋଇଥିବାବେଳେ ଦେବେନ୍ଦ୍ର ଶବର, ସୁରେନ୍ଦ୍ର ଶବର ଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି ।

ଅନ୍ୟପଟେ ଛୁରା ମାଡ କରିଥିବା ଅଭିଯୁକ୍ତ ସାଗର ସାହୁ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି । ତାକୁ ମଧ୍ୟ ଚିକିତ୍ସା ପାଇଁ ନୂଆପଡା ପଠା ଯାଇଥିବା ଖଡ଼ିଆଳ ଥାନା SDPO ପ୍ରକାଶ କରିଛନ୍ତି।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details