ଓଡିଶା

odisha

ETV Bharat / state

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ 140 କିଲୋମିଟର ଦୂରତା ନୂଆମାଲପଡା ଗ୍ରାମପଞ୍ଚାୟତ ସ୍ଥିତ ଡଙ୍ଗର ଗାଁରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।

ଭାଲୁ ଆକ୍ରମଣରେ ଯୁବକ ଗୁରୁତର
ଭାଲୁ ଆକ୍ରମଣରେ ଯୁବକ ଗୁରୁତର

By

Published : Sep 13, 2020, 7:46 PM IST

ନୂଆପଡା: ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ 140 କିଲୋମିଟର ଦୂରତା ନୂଆମାଲପଡା ଗ୍ରାମପଞ୍ଚାୟତ ସ୍ଥିତ ଡଙ୍ଗର ଗାଁରେ ଏହି ଅଘଟଣ ଘଟିଛି । ଗୁରୁତର ଯୁବକ ଜଣକ ଡଙ୍ଗର ଗାଁର ଜଲନ୍ଧର ମାଝୀ ବୋଲି ଜଣାପଡିଛି । ଯୁବକ ଜଳନ୍ଧର ମାଝୀ ନିକଟସ୍ଥ ନିଜ ମକାଚାଷ ଜମିକୁ ଯାଇଥିଲେ । ସେଠାରେ ବଣୁଆ ଭାଲୁ ହାବୁଡ଼ରେ ପଡି କ୍ଷତ ବିକ୍ଷତ ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଦୌଡିଯାଇ ଭାଲୁକୁ ଘଉଡାଇବାରେ ସଫଳ ହୋଇଥିଲେ । ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି ।

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details