ନୂଆପଡା: ଜଳୁଥିବା ଅବସ୍ଥାରେ ଯୁବକ ଉଦ୍ଧାର । ଗୁରୁତର ଯୁବକଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡା ସଦରସ୍ଥିତ ରାଧାକୃଷ୍ଣପଡା ଗାଁରେ ।
ସୂଚନାଅନୁସାରେ, ନୂଆପଡା ସଦରସ୍ଥିତ ରାଧାକୃଷ୍ଣ ପଡା ଗ୍ରାମରେ ଗତକାଲି(ରବିବାର) ରାତି ପ୍ରାୟ ୯ଟା ସମୟରେ ଜଳନ୍ତା ଅବସ୍ଥାରେ ଜଣେ ଯୁବକ ନିଜକୁ ବଞ୍ଚାଇବାକୁ ଚିତ୍କାର କରିଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ପାଣି ଢ଼ାଳି ନିଆଁକୁ ଆୟତ୍ତ କରିଥିଲେ । ପରେ ଗୁରୁତର ଅବସ୍ଥାରେ 108 ଆମ୍ବୁଲାନ୍ସ ଯୋଗେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।