ନୂଆପଡା: ଜିଲ୍ଲା ବୋଡେ଼ନ ବ୍ଲକ ଖଇରା ଗ୍ରାମରେ ମାନରେଗା ଯୋଜନାରେ କାମକରି ହଟହଟା ଶ୍ରମିକ । କାମକରି ଦୀର୍ଘ 7 ମାସ ହେବ ମିଳିପାରି ନାହିଁ ପାଉଣା । ପ୍ରାକ୍ତ ସୂଚନାମତେ ଖଇରା ଗ୍ରାମରେ ନୂଆପଡା ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗ ଜଳବିଭାଜିକା କାର୍ଯ୍ୟାଳୟ ପକ୍ଷରୁ ମୋ ପୋଖରୀ ଖନନ କରାଯାଇଛି ।
ମନରେଗାରେ କାମ କରି ମିଳିଲାନି ସାତ ମାସର ମଜୁରୀ
ପ୍ରାକ୍ତ ସୂଚନାମତେ ଖଇରା ଗ୍ରାମରେ ନୂଆପଡା ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗ ଜଳବିଭାଜିକା କାର୍ଯ୍ୟାଳୟ ପକ୍ଷରୁ ମୋ ପୋଖରୀ ଖନନ କରାଯାଇଛି ।
ଗ୍ରାମର କ୍ଷୁଦ୍ରଚାଷୀ ଜାମୁଧର ରାଉତ, ହୀରାଧର ମାଝୀ, ସୁବଳ ମାଝୀ ଏବଂ ବୁଟି ମାଝୀ ମୃତ୍ତିକା ସଂରକ୍ଷଣ ଜଳ ବିଭାଜିକା ପକ୍ଷରୁ ଚଳିତ ବର୍ଷ ଫେବୃୟାରୀ ମାସରୁ କାର୍ଯ୍ୟାଦେଶ ପାଇ ମୋ ପୋଖରୀ ଖନନ କରିଛନ୍ତି । ପୋଖରୀ ପ୍ରତି ଯାହାର ଅଟକଳ ପରିମାଣ 2 ଲକ୍ଷ 87 ହଜାର ଟଙ୍କା ଅଟେ । ହେଲେ ଚାଷୀଗଣ ପୋଖରୀ ଖନନ କରି 7 ମାସ ଗଢି ଯାଇଥିଲେ ଶୁଦ୍ଧା ଟଙ୍କା ଟିଏ ମଧ୍ୟ ପାଇନାହାନ୍ତି ।
ଅପରପକ୍ଷେ ମୋ ପୋଖରୀ ଖନନରେ ନିୟୋଜିତ ଶ୍ରମିକ ମାନଙ୍କୁ ପ୍ରାପ୍ୟ ମିଳିନଥିବାରୁ ଶ୍ରମିକ ଅଶାନ୍ତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଆସୁଥିବା କାରଣରୁ ପ୍ରାପ୍ୟ ନପାଇ ଶ୍ରମିକ ଓ ଚାଷୀ ଚିନ୍ତାରେ ଭାଙ୍ଗି ପଡିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ