ନୂଆପଡା: ନୂଆପଡା ଜ଼ିଲ୍ଲା ସିନାପାଲି ବନ ବିଭାଗ ପକ୍ଷରୁ ହାତୀବନ୍ଧା ଲିଟିଗୁଡା ଅଂଚଳରେ କାଠ ମାଫିଆଙ୍କ ଉପରେ ଅତର୍କିତ ଚଢ଼ାଉ କରାଯାଇଛି । ଚଢ଼ାଉ ହେଉଥିବାର ସୂଚନା ପାଇ କାଠ ବୋଝେଇ ପିକପ ଭ୍ୟାନ ଛାଡି ଡ୍ରାଇଭର ଚମ୍ପଟ ।
କାଠ ବୋଝେଇ ଗାଡି ଜବତ, ଡ୍ରାଇଭର ଫେରାର - ସିନାପାଲି ବନ ବିଭାଗ କାଠ ବୋଝେଇ ପିକପ ଜବତ
ନୂଆପଡା ଜ଼ିଲ୍ଲା ସିନାପାଲି ବନ ବିଭାଗ ପକ୍ଷରୁ ହାତୀବନ୍ଧା ଲିଟିଗୁଡା ଅଂଚଳରେ କାଠ ମାଫିଆଙ୍କ ଉପରେ ଅତର୍କିତ ଚଢ଼ାଉ କରାଯାଇଛି । ଚଢ଼ାଉ ହେଉଥିବାର ସୂଚନା ପାଇ କାଠ ବୋଝେଇ ପିକପ ଭ୍ୟାନ ଛାଡି ଡ୍ରାଇଭର ଚମ୍ପଟ । ଅଧିକ ପଢନ୍ତୁ...
![କାଠ ବୋଝେଇ ଗାଡି ଜବତ, ଡ୍ରାଇଭର ଫେରାର ସିନାପାଲି ବନ ବିଭାଗ କାଠ ବୋଝେଇ ପିକପ ଜବତ, ଡ୍ରାଇଭର ଫେରାର](https://etvbharatimages.akamaized.net/etvbharat/prod-images/768-512-10008197-thumbnail-3x2-nuapada.jpg)
ସିନାପାଲି ବନ ବିଭାଗ କାଠ ବୋଝେଇ ପିକପ ଜବତ, ଡ୍ରାଇଭର ଫେରାର
ସିନାପାଲି ବନ ବିଭାଗ କାଠ ବୋଝେଇ ପିକପ ଜବତ, ଡ୍ରାଇଭର ଫେରାର
କାଠ ମାଫିଆ ଚଖମା ଦେଇ ଖସି ଯାଉଥିବାବେଳେ, କାଠ ବୋଝେଇ ଭ୍ୟାନକୁ କାବୁକଳା ସିନାପାଲି ବନ ବିଭାଗ । ଯେଉଁଥିରେ କି ଲକ୍ଷାଧିକ ମୂଲ୍ୟବାନ ସାଗୁଆନ କାଠ ରହିଛି । ଚଢ଼ାଉ ବେଳେ ସିନାପାଲି ବନାଞ୍ଚଳ ଅଧିକାରୀ ବିମଳ ପ୍ରସାଦ ଟପନୋଙ୍କ ପ୍ରତକ୍ଷ ତତ୍ୱାବଧାନରେ ବନପାଳ ଖଗେଶ୍ୱର ମାଝୀ, ଫରେଷ୍ଟ ଗାର୍ଡ କାହ୍ନା ନାଏକଙ୍କ ସହ ଅନ୍ୟ କର୍ମଚାରି ସାମିଲ ଥଲେ । ଏନେଇ ଜଙ୍ଗଲ ସୁରକ୍ଷା ଆଇନରେ ଏକ ମାମଲା ରୁଜୁହୋଇ ଅଧିକ ତଦନ୍ତ ଚାଲିଥିବାବେଳେ ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ