ଓଡିଶା

odisha

ETV Bharat / state

ନୂଆପଡାରେ ମଦକୁ ନେଇ ତାତିଲେ ମହିଳା - ମଦକୁ ନେଇ ତାତିଲେ ମହିଳା

ନୂଆପଡା ହେବ ମଦମୁକ୍ତ ଜିଲ୍ଲା । ଜିଲ୍ଲାରେ ବେଆଇନ ମଦ କାରବାର ବନ୍ଦ କରିବାକୁ ଏକାଠୀ ହୋଇଛନ୍ତି ଶହଶହ ମହିଳା । ସେମାନେ ମଦ ବିରୋଧରେ ଏକ ସଚେତନତା ରାଲି କରିଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

By

Published : Jul 18, 2019, 11:13 PM IST

ନୂଆପଡା: କୋମନା ବ୍ଲକ କଣ୍ଟାପାଲି ଗାଁରେ ତେଜିଲା ମଦମୁକ୍ତି ଆନ୍ଦୋଳନ । ହାତକୁ ହାତ ଧରି ୧୯ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା କରିଛନ୍ତି ବଜ୍ର ଶପଥ । ଗାଁରୁ ସମୂଳେ ନାଶକରିବେ ବେଆଇନ ମଦ କାରବାର । ଏଥର ମଦ୍ୟପକୁ କରିବେ ସାବାଡ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

କଣ୍ଟାପାଲି ଗାଁରେ ଦିନକୁ ଦିନ ବେଆଇନ ମଦ କାରବାର ବଢି ଚାଲିଛି । ମଦୁଆଙ୍କ ଯୋଗୁଁ ରାସ୍ତାରେ ଚାଲିବାକୁ ସୁରକ୍ଷିତ ମଣୁ ନାହାନ୍ତି ମହିଳା ଏବଂ ଛାତ୍ରୀ । ତେଣୁ ଏହି ବେଆଇନ ମଦ କାରବାର ଉପରେ ରୋକ ଲଗାଇବା ପାଇଁ କଣ୍ଟାପାଲି ଗାଁର ଶବରପଡା, ବାରିକପଡା, ବାମନପଡାର ଶତାଧିକ ମହିଳା ଏକଜୁଟ ହୋଇଥିଲେ। ଗାଁରେ ଥିବା ଏକ ଯଜ୍ଞ ମଣ୍ଡପରେ ମହିଳା ଶପଥ ନେବା ସହ ଗାଁରେ ସଚେତନତା ସୃଷ୍ଟି କରିଥିଲେ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details