ଓଡିଶା

odisha

ETV Bharat / state

ମିଳୁନି ଭତ୍ତା, ତିନି ଶିଶୁଙ୍କୁ ଧରି ବାରଦୁଆର ବିଧବା ମହିଳା - ବିଧବା ମହିଳାଙ୍କୁ ମିଳୁନି ଭତ୍ତା

କୋଳରେ ତିନି ତିନୋଟି ନାବାଳକ ଛାଡି ଏକାକରି ଚାଲିଗଲେ ସ୍ବାମୀ । ଆଉ ଛାଡି ଦେଇଗଲେ ଦୁଃଖ, ଯନ୍ତ୍ରଣାର ଦୁର୍ବିଶହ ଜୀବନ । ସେପଟେ ପ୍ରକୃତ ହିତାଧିକାରୀ ହୋଇ ମଧ୍ୟ ସରକାରଙ୍କ ସମସ୍ତ ଯୋଜନାରୁ ବଞ୍ଚିତ ବିଧବା ଲବତୀ ପହରିଆ । ଅଧିକ ପଢନ୍ତୁ...

ବିଧବା ମହିଳାଙ୍କୁ ମିଳୁନି ଭତ୍ତା
ବିଧବା ମହିଳାଙ୍କୁ ମିଳୁନି ଭତ୍ତା

By

Published : Jan 4, 2021, 2:15 PM IST

Updated : Jan 4, 2021, 3:58 PM IST

ନୂଆପଡା: ସରକାର ମଧୁବାବୁ ପେନସନ ଯୋଜନାରେ ଅସହାୟ, ବୃଦ୍ଧ, ବୃଦ୍ଧା ଓ ବିଧବା ମହିଳାଙ୍କୁ ଭତ୍ତା ଯୋଗାଇଥାନ୍ତି । ଏବଂ ବାସହୀନ ପରିବାରକୁ ସୁରକ୍ଷିତ ଜୀବନ ଦେବାକୁ ଆବାସ ଟିଏ । ହେଲେ ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପ୍ରଶାସିତ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁଁ ଆଜି ଜଣେ ବିଧବା ମହିଳାଙ୍କ ଜୀବନ ଦୁର୍ବିଶହ ହୋଇପଡିଛି ।

ମିଳୁନି ଭତ୍ତା, ତିନି ଶିଶୁଙ୍କୁ ଧରି ବାରଦୁଆର ବିଧବା ମହିଳା

ଝାଟି ମାଟିର ବଖରାଏ ଘର । ଓଳିଏ ଖାଇଲେ ଆର ବେଳକୁ ଉପାସ । ଆଉ ଏପଟେ କୋଳରେ ତିନୋଟି ନିଷ୍ପାପ ନାବାଳକ ଛୁଆ । ପେଟ ଚାଖଣ୍ଡା ପାଇଁ ପଡୋଶୀଙ୍କ ଉପରେ ନିର୍ଭର ହେବାକୁ ପଡୁଥିବାବେଳେ ଏବେ ତାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ନୂଆମୁଣ୍ଡା ଗାଁର ବିଧବା ମାଆ ଲବତୀ ପହରିଆ । ସ୍ବାମୀଙ୍କ ମୃତ୍ୟୁକୁ 7 ବର୍ଷ ବିତିଗଲାଣି । ହେଲେ ଆଜି ପର୍ଯ୍ୟନ୍ତ ନା ତାଙ୍କୁ ବିଧବା ଭତ୍ତା ମିଳିଲା ନା ଆବାସ ଯୋଜନାରେ ଘର ଟିଏ । ଫଳରେ ଲବତୀ ପହରିଆ ଓ ତାଙ୍କ ତିନି ପିଲା ଶକ୍ତିକାନ୍ତ, ଶ୍ୟାମସୁନ୍ଦର ଓ ଗୋବିନ୍ଦ ଏବଂ ପଡୋଶୀଙ୍କ ସହାୟତାରେ ଜୀବନ କାଟୁଛନ୍ତି ।

ସରକାର ମଧୁବାବୁ ପେନସନ ଯୋଜନାରେ ଅସହାୟ, ବୃଦ୍ଧ,ବୃଦ୍ଧା କିମ୍ବା ବିଧବା ମହିଳାଙ୍କୁ ଭତ୍ତା ଯୋଗାଇଥାନ୍ତି । ଏବଂ ବାସହୀନ ପରିବାରକୁ ସୁରକ୍ଷିତ ଜୀବନ ଦେବାକୁ ଆବାସ ଟିଏ । କିନ୍ତୁ ଲବତୀ ପହରିଆ ଜଣେ ପ୍ରକୃତ ହିତାଧିକାରୀ ହୋଇ ନ ମଧ୍ୟ ସମସ୍ତ ସରକାରୀ ଯୋଜନାରୁ ତାଙ୍କୁ ବଞ୍ଚିତ ରଖାଯାଇଛି । ଯାହାକୁ ନେଇ ବାରମ୍ବାର ଗ୍ରାମବାସୀ ସରପଞ୍ଚ ଓ ସ୍ଥାନୀୟ ପ୍ରଶାସନକୁ ଜଣାଇଆସିଛନ୍ତି । ହେଲେ କେହି ମଧ୍ୟ ଏମାନଙ୍କ ଦୁଃଖ ଶୁଣୁନଥିବା ଅଭିଯୋଗ ହୋଇଛି । ସେପଟେ, ସ୍ଥାନୀୟ ବିଡିଓଙ୍କୁ ଏନେଇ ପଚରା ଯିବାରୁ ସେ PEO ଓ BSSOଙ୍କୁ ଜଣାଇ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Jan 4, 2021, 3:58 PM IST

ABOUT THE AUTHOR

...view details