ଓଡିଶା

odisha

ଆରମ୍ଭରୁ ଅଡୁଆ, ପାଣି ମୁନ୍ଦାଏ ପାଇଁ ଚାଲିବାକୁ ପଡୁଛି ମାଇଲ ବାଟ

ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ । ନୂଆପଡାର ମହୁଲଝରଣ ଗାଁରେ ମିଳୁନି ବିଶୁଦ୍ଧ ପାନୀୟ ଜଳ । ପରିତ୍ୟକ୍ତ କୂଅରୁ ପାଣି ପିଉଛନ୍ତି ଲୋକେ । ଅଧିକ ପଢନ୍ତୁ...

By

Published : Mar 13, 2021, 10:46 PM IST

Published : Mar 13, 2021, 10:46 PM IST

water problem in nuapda
ବିଶୁଦ୍ଧ ଜଳ ପାଇଁ ହନ୍ତସନ୍ତ ଲୋକ, ଶୁଣୁନି ପ୍ରଶାସନ

ନୂଆପଡା :ଖରା ଆରମ୍ଭରୁ ଜଳକଷ୍ଟ । ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏ ହେଉଛି ନୂଆପଡାର ମହୁଲଝରଣ ଗାଁର ଦୃଶ୍ୟ । ହାତରେ ଗରା, ବାଲଟି ଧରି ଗାଁର ମହିଳାମାନେ ପିଇବା ପାଣି ପାଇଁ ମାଇଲ ମାଇଲ ବାଟ ଯାଉଛନ୍ତି । ପାନୀୟ ଜଳ ପାଇଁ ସରକାର ଗାଁରେ ଏକ ନଳକୂପ ଖୋଳିଛନ୍ତି । କିନ୍ତୁ ସେଠାରୁ ବାହାରୁଥିବା ପାଣି ଗ୍ରାମବାସୀଙ୍କ ପାଇଁ ପର୍ଯ୍ୟାପ୍ତ ହେଉନି । ଫଳରେ ମହିଳାମାନେ ବିଲ ମଝିରେ ଥିବା ଏକ ପରିତ୍ୟକ୍ତ କୂଅରୁ ପାଣି ସଂଗ୍ରହ କରନ୍ତି । ଆଉ ଏହି ଦୂଷିତ ପାଣି ବ୍ୟବହାର କରି ଗ୍ରାମବାସୀ ରୋଗାଗ୍ରସ୍ତ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ବିଶୁଦ୍ଧ ଜଳ ପାଇଁ ହନ୍ତସନ୍ତ ଲୋକ, ଶୁଣୁନି ପ୍ରଶାସନ
କେବଳ ସେତିକି ନୁହେଁ, ମହୁଲଝରଣ ଗାଁକୁ ଅପହଞ୍ଚ ରହିଛି ମୌଳିକ ସୁବିଧା । ପକ୍କା ରାସ୍ତା ନ ଥିବାରୁ ନଳକୂପ ଖନନ ଗାଡି ଗାଁକୁ ଆସି ପାରୁନି । ଫଳରେ ଗାଁରେ ନଳକୂପ ଖନନ ହୋଇପାରୁ ନ ଥିବାରୁ ସେହି ଗୋଟିକରେ କାମ ଚଳାଉଛନ୍ତି ଗ୍ରାମବାସୀ । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗାଁର ପୋଖରୀ ଗୁଡିକ ମଧ୍ୟ ଶୁଖିଗଲାଣି । ସେପଟେ,ଜଳ ସମସ୍ୟା ସମ୍ପର୍କରେ ଅବଗତ ରହିଛନ୍ତି ବିଭାଗୀୟ ଅଧିକାରୀ । ଜଳଜୀବନ ମିଶନ ଯୋଗେ 27ଟି ଘରକୁ ପାନୀୟ ଜଳ ଖୁବଶିଘ୍ର ଯୋଗାଇ ଦିଆଯିବା ନେଇ ସେ କହିଛନ୍ତି ।ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details