ଓଡିଶା

odisha

ETV Bharat / state

ଗଣ୍ଡାବାହେଲି ଗାଁରେ ଜମୁଛି ଗଣେଶ ପୂଜା

ବେଶ୍‌ ଧୂମଧାମରେ ସହରରେ ଚାଲିଛି ଗଣେଶ ପୂଜା । ଭକ୍ତଙ୍କ ଚହଳ ଗହଳରେ ମହାଆଡମ୍ବରରେ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ତେବେ ଗାଁରେ ଦୀର୍ଘ ଆଠ ବର୍ଷ ଧରି ଚାଲିଥିବା ଏହି ପୂଜାର୍ଚ୍ଚନାକୁ ନେଇ ଲୋକଙ୍କ ସହ ସିଧାସଳଖ ଆଲୋଚନ କରିଥିଲା ଇଟିଭି ଭାରତ ଟିମ୍‌ ।

By

Published : Sep 7, 2019, 10:50 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ବେଶ୍‌ ଧୂମଧାମରେ ସହରରେ ଚାଲିଛି ଗଣେଶ ପୂଜା । ଭକ୍ତଙ୍କ ଚହଳ ଗହଳରେ ମହାଆଡମ୍ବରରେ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ତେବେ ସାରା ରାଜ୍ୟରେ ଜୋରସୋରରେ ପୂଜାର ମାହୋଲ ଜମିଥିବା ବେଳେ ଖଡିଆଳ, ବୋଡେନ, କୋମନା ଓ ନୂଆପଡା ସହରରେ ଶତାଧିକ ପୂଜା ମଣ୍ଡପରେ ଚାଲିଛି ଅଗ୍ରପୂଜ୍ୟ ଗଣନାଥଙ୍କ ଷୋଡଶ ବିଧିରେ ପୂଜାର୍ଚ୍ଚନା ।

ସବୁଠାରୁ ଭିନ୍ନ ରହିଛି ସହରର ସିନାପାଲି ବ୍ଲକସ୍ଥିତ ଗଣ୍ଡାବାହେଲି ଗାଁର ଗଣେଶ ପୂଜା । ଏଠାରେ ପ୍ରତିଦିନ ଷୋଡଶ ବିଧିରେ ଗଜାନନଙ୍କର ପୂଜାର୍ଚ୍ଚନା କରାଯାଏ । ଅନ୍ୟପଟେ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ଭଳି ବିଶାଳ ତୋରଣ ହୋଇଥିବା ବେଳେ ବିଶାଳକାୟ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି କାରିଗର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଶନିବାର ଗଜାନନଙ୍କର ଷଷ୍ଠ ଦିନ ପୂଜାରେ ପ୍ରଭୁଙ୍କୁ ମିଷ୍ଟାନ୍ନ, ଛେନା, ଖେଚୁଡି ଓ ଲଡୁ ସହ 56 ପ୍ରକାର ଭୋଗ ଲଗାଯାଇଥିଲା । ଘଣ୍ଟ ଘଣ୍ଟୁଆଙ୍କ ତାଳରେ ପ୍ରକମ୍ପିତ ହୋଇ ଉଠିଥିଲା ଗଣ୍ଡାବାହେଲି ପୂଜା ମଣ୍ଡପ । ଏଥିସହ ଜମିଥିଲା ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ।

ତେବେ ଗାଁରେ ଦୀର୍ଘ ଆଠ ବର୍ଷ ଧରି ଚାଲିଥିବା ଏହି ପୂଜାର୍ଚ୍ଚନାକୁ ନେଇ ଲୋକଙ୍କ ସହ ସିଧାସଳଖ ଆଲୋଚନ କରିଥିଲା ଇଟିଭି ଭାରତ ଟିମ୍‌। ଦେଖନ୍ତୁ ଗାଁରେ କିପରି ଉଲ୍ଲାସର ସହ ଆୟୋଜନ ହୋଇଛି ଗଣେଶ ପୂଜା ଓ କ’ଣ ରହିଛି ଆୟୋଜକ ଓ କର୍ତ୍ତାଙ୍କ ପ୍ରତିକ୍ରିୟା ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details