ନୂଆପଡା: ମହାମାରୀ କୋରୋନା ହାରିବ, ଭାରତ ନିଶ୍ଚୟ ଜିତିବ । ଏଭଳି ସଂକଳ୍ପ ନେଇଛନ୍ତି ସ୍ବେଛାସେବୀ ତଥା ନୂଆପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ଖଡ଼ିଆଳ ବ୍ଳକ ପୂର୍ବତନ ମଣ୍ଡଳ ସଭାପତି ଗୌତମ ତାଣ୍ଡି । ସାନମହେଶ୍ବର ଗ୍ରାମପଞ୍ଚାୟତର ନଅ ଗୋଟି ଗ୍ରାମରେ ଲୋକଙ୍କୁ ମାଗଣାରେ ମାକ୍ସ ଯୋଗାଇଦେବା ପାଇଁ ପଣ କରିଛନ୍ତି ଗୌତମ ।
ବୁଧବାର ପ୍ରଥମ କରି ଦେଓବାହାଲ, ଝୋଳପଥର, ରଜାମୁଣ୍ଡା ଗାଁରେ ମାକ୍ସ ବଣ୍ଟନ କରି ମହାମାରୀ କୋଭିଡ 19 ସମ୍ପର୍କରେ ବୁଝାଇଛନ୍ତି ଗୌତମ । ଆଗକୁ ଏହି ପକ୍ରିୟା ଜାରି ରଖିବା ସହ ଶୁନାମୁଦି, ବଡ଼ମହେଶ୍ବର, ଘରଧରା, କୁଲିଗାଁ, ତିଖାଲି ଏବଂ ସାନମହେଶ୍ବର ଗାଁରେ ଖୁବ ଶୀଘ୍ର ମାକ୍ସ ବଣ୍ଟନ କରିବେ ବୋଲି ସେ କହିଛନ୍ତି ।