ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଚଚରାଭଟା ଗାଁରେ ବିଷୁଦ୍ଧ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି । ଶୀତ ଋତୁରେ ପାଣି ସମସ୍ୟା ନେଇ ଗାଁ ଲୋକେ ଚିନ୍ତିତ, କାରଣ ଆଗକୁ ଖରା ଦିନ ଆସୁଛି । ଗାଁରେ ସିନାପାଲି ଜଳ ଓ ପରିମଳ ବିଭାଗ ପକ୍ଷରୁ ନଳ କୂପ ଖନନ କରାଯାଇଛି । ହେଲେ ସେଥି ମଧ୍ୟରୁ ସବୁତକ ଅଚଳ ହୋଇ ପଡିଥିବା ବେଳେ, କେବଳ ଗୋଟିଏ ନଳକୂପ କାର୍ଯ୍ୟକ୍ଷମ । ସେଥିରୁ ପୁଣି ବାହାରୁଛି ଫ୍ଲୋରାଇଟ ମିଶ୍ରିତ ପାଣି ।
ଖରା ନ ଆସୁଣୁ ଜଳକଷ୍ଟ ଭୋଗୁଛନ୍ତି ଚଚରାଭଟା ଗାଁ ଲୋକେ - chacharabhata village lack drinking water
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଚଚରାଭଟା ଗାଁରେ ବିଶୁଦ୍ଧ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି । କେବଳ ଗୋଟିଏ ନଳକୂପ କାର୍ଯ୍ୟକ୍ଷମ, ସେଥିରୁ ପୁଣି ବାହାରୁଛି ଫ୍ଲୋରାଇଟ ମିଶ୍ରିତ ପାଣି । ଅଧିକ ପଢନ୍ତୁ...
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଚଚରାଭଟା ଗାଁରେ ବିଷୁଦ୍ଧ ପାନୀୟ ଜଳର ଉତ୍କଟ ସମସ୍ୟା
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଚଚରାଭଟା ଗାଁରେ ବିଷୁଦ୍ଧ ପାନୀୟ ଜଳର ଉତ୍କଟ ସମସ୍ୟା
ତଥାପି ବିକଳ୍ପ ନପାଇ ଗାଁ ଲୋକେ ଜଳ ସଂଗ୍ରହ ପାଇଁ ନଳକୂପ ନିକଟରେ ଲମ୍ବା ଧାଡିରେ ଛିଡା ହୋଇ ଜଳ ସଂଗ୍ରହ କରୁଥିବା ଦେଖାଦେଇଛି । ନଳକୂପ ମରାମତି ପାଇଁ ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ମଧ୍ୟ ସୁଫଳ ମିଳିନଥିବା ଗାଁଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଚଚରାଭଟା ଗାଁର ଜଳ କଷ୍ଟ ଦୁର କରିବା ଜରୁରୀ ହୋଇପଡିଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ