ଓଡିଶା

odisha

ETV Bharat / state

ଲାଲଗଡରେ ପିଇବା ପାଣି ସଙ୍କଟ: ଚୁଆ ଉପରେ ନିର୍ଭରଶୀଳ ଲୋକେ - special

ବିଷୁଦ୍ଧ ପିଇବା ପାଣି ପାଇଁ ସରକାରଙ୍କର ବସୁଧା ଯୋଜନାରେ ଗାଁରେ ପାଣି ଟାଙ୍କି କରାଯାଇଛି ହେଲେ ଟାଙ୍କି ଖାଲି । ପିଇବା ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି ଲୋକ । ଅଧିକ ପଢନ୍ତୁ...

ପିଇବା ପାଣି ମୁନ୍ଦେ ପାଇଁ ଡହଲ ବିକଳ
ପିଇବା ପାଣି ମୁନ୍ଦେ ପାଇଁ ଡହଲ ବିକଳ

By

Published : Apr 9, 2021, 11:00 PM IST

ନୂଆପଡା: ଜିଲ୍ଲାର ମାଓ ପ୍ରବଣ ଲାଲଗଡ଼ କୁହାଯାଉଥିବା ସୁନାବେଡା ଅଭୟାରଣ୍ୟରେ ଵିଶୁଦ୍ଧ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ପହରିଆ ସମ୍ପ୍ରଦାୟର ଲୋକମାନେ ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେଉଥିବା ବେଳେ, ନବ ନିର୍ମିତ ଓଭରହେଡ ପାଣି ଟାଙ୍କିକୁ ତୁରନ୍ତ କାର୍ଯ୍ୟକ୍ଷମ କରି ଶୀଘ୍ର ପାନୀୟ ଜଳ ଯୋଗାଣ ପାଇଁ ଦାବି ହୋଇଛି ।

ସ୍ବାଧାନତାର ଦୀର୍ଘ ବର୍ଷ ପରେ ବି ବଦଳୁନି ଚିତ୍ର, ପିଇବା ପାଣି ପାଣି ପାଇଁ ଏବେ ବି ଚୁଆ ଉପରେ ନିର୍ଭରଶୀଳ

ସମୁଦ୍ର ପତନ ଠାରୁ ସାଢେ 3 ହଜାର ବର୍ଗଫୁଟ ଉଚ୍ଚ ପର୍ବତ ଶିଖରରେ ଅବସ୍ଥିତ ମାଓ ପ୍ରବଣ ଲାଲଗଡ଼ କୁହାଯାଉଥିବା ନୂଆପଡା ଜିଲ୍ଲାର ସୁନାବେଡା ଅଭୟାରଣ୍ୟ । ଯେଉଁଠାରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଲୋକେ ବାସ କରନ୍ତି । ଏଠିକାର ଭୂତଳ ଜଳରେ ମାତ୍ରାଧିକ ଫ୍ଲୋରାଇଟ ଥିବାବେଳେ, ନଳକୂପରୁ ଲାଲ ରଙ୍ଗର ଦୂଷିତ ପାଣି ନିର୍ଗତ ହେଉଛି । ଯାହାକି ସ୍ବାସ୍ଥ୍ୟ ପକ୍ଷେ ସମ୍ପୂର୍ଣ୍ଣ କ୍ଷତିକାରକ । ସୁନାବେଡାବାସୀଙ୍କ ଦୀର୍ଘ ଦିନର ଜଳ ସଙ୍କଟ ଅଭିଯୋଗକୁ ଭିତ୍ତିକରି ସରକାରଙ୍କ ଜଳ ଜୀବନ ମିଶନ ଯୋଜନାରେ ପ୍ରାୟ 1କୋଟି ଅର୍ଥବ୍ୟୟରେ ଓଭରହେଡ ପାଣିଟାଙ୍କି,ପାଇପ ଲାଇନ ଏବଂ ଷ୍ଟାଣ୍ଡପୋଷ୍ଟ କାମ ଶେଷ ହୋଇଛି । ମାତ୍ର ଦୁଃଖର ବିଷୟ କାମଶେଷ ହୋଇ 2 ବର୍ଷ ଗଡିଯାଇଥିଲେ ସୁଦ୍ଧା ସୁନାବେଡା ଗ୍ରାମବାସୀଙ୍କୁ ଏ ଯାଏଁ ମିଳିପାରିନାହିଁ ମୁନ୍ଦାଏ ପିଇବା ପାଣି । ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ସରକାରଙ୍କ ଯୋଜନାରେ ହୋଇଥିବା ପାଣିଟାଙ୍କି ଦୀର୍ଘଦିନରୁ ପଡି ରହିଥିବା ଗାଁଲୋକେ ଅଭିଯୋଗ କରିଛନ୍ତି ।

ଘଞ୍ଚ ଜଙ୍ଗଲ ସାଙ୍ଗକୁ ମୁଣ୍ଡ ଫଟା ଖରା ସୁନାବେଡା ଅଭୟାରଣ୍ୟ ଲୋକଙ୍କ ପାଇଁ ଦାଉ ସାଜିଛି । ଜଙ୍ଗଲର ଫଳମୂଳ ଖାଇ ଝରଣା ପାଣିରେ ଶୋଷ ମେଣ୍ଟାଉଥିବା ସରଳ ଆଦିବାସୀଙ୍କୁ ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ମିଳୁନାହିଁ ଵିଶୁଦ୍ଧ ପାନୀୟ ଜଳ । ଜଙ୍ଗଲିଆଙ୍କ ଜଳ କଷ୍ଟ ଦୂର କରିବା ପାଇଁ ସରକାରଙ୍କ ଜଳ ଜୀବନ ମିଶନ ଯୋଜନାରେ ସୁନାବେଡାକୁ ସାମିଲ କରାଯାଇ କୋଟିଏ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଓଭରହେଡ ପାଣିଟାଙ୍କି ଏହା ସହ ପାଇପ ଲାଇନ କାମ ଶେଷ ହୋଇଛି । ମାତ୍ର ଏହା କେବଳ ଲୋକ ଦେଖାଣିଆ ପାଲଟିଛି । ସମସ୍ୟା ସମ୍ପର୍କରେ ନୂଆପଡା ଜିଲ୍ଲାପାଳଙ୍କ ସହ ଆମ ଇଟିଭି ଭାରତ ପ୍ରତିନିଧି ବିଶେଷ ଆଲୋଚନା କରିଛନ୍ତି । ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରସମନ ବୈଠକରେ ଜଳ ସଙ୍କଟ ଥିବା ଅଞ୍ଚଳରେ ନଳକୂପ ଏବଂ ଓଭରହେଡ ପାଣିଟାଙ୍କିଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାର ପ୍ରତ୍ୟେକ ବ୍ଲକକୁ ନିର୍ଦେଶ ଦେଇଥିବା କହିଛନ୍ତି ଜିଲ୍ଲାପାଳ ସ୍ୱଧାଦେଵ ସିଂ । ଏହି କ୍ରମରେ ସୁନାବେଡା ଅଭୟାରଣ୍ୟ ଲୋକଙ୍କୁ ମଧ୍ୟ ଖୁିୁବ ଶୀଘ୍ର ଜଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details