ନୂଆପଡା: ଜ଼ିଲ୍ଲା ଖଡ଼ିଆଳ ବ୍ଲକ ପ୍ରଶାସନ, ଅଗ୍ନିଶମ ବାହିନୀ, ସ୍ଥାନୀୟ ସରପଞ୍ଚଙ୍କ ଅପାରଗତା ଅଭିଯୋଗ । ମହାମାରୀ କୋଭିଡ19 ଘଡ଼ିସନ୍ଧି ମୁହୂର୍ତ୍ତରେ ଖଡ଼ିଆଳ ବିଡିଓ, ତହସିଲଦାର, ଅଗ୍ନିଶମ ବାହିନୀ, ସ୍ଥାନୀୟ ସରପଞ୍ଚ ଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଫିଙ୍ଗି ଖେଳ ସାମ୍ନା କୁ ଆସିଛି । ବାଧ୍ୟ ହୋଇ ଗାଁ ସାହି ପଡ଼ାକୁ ସୁରକ୍ଷା ଦେବାପାଇଁ କୋଭିଡ ଆଗଧାଡ଼ିର ଯୋଦ୍ଧା ସାଜି ନିଜ ଖର୍ଚରେ ସାନିଟାଇଜ କଲେ ନେହେନା ଖମାରିପଡା ର ଯୁବକ ଗଣ ।
ସୂଚନା ମୁତାବକ ଚଳିତ ମାସ 28 ତାରିଖ ଦିନ ନେହେନା ଗ୍ରାମ ଖମାରିପଡା ରେ 4ଜଣ ବ୍ୟକ୍ତିଙ୍କୁ କୋଭିଡ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରିଥିଲା ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଏହାପରେ ନେହେନା ଖମାରିପଡାରେ ଏକପ୍ରକାର ଭୟର ବାତାବରଣ ଖେଳିଗଲା ପରେ ଚିନ୍ତାରେ ପଡ଼ାବାସୀ । ସ୍ଥାନୀୟ ସରପଞ୍ଚ 72ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲେ ସତ ,ହେଲେ କୌଣସି ପ୍ରକାର ଆନୁସାଙ୍ଗିକ ବ୍ୟବସ୍ଥା କଲେନାହିଁ । ସାଧାରଣ ସାନିଟାଇଜ ମଧ୍ୟ କଲେନାହିଁ । ଖମାରିପଡା କଣ୍ଟେନମେଣ୍ଟ ଜୋନ କୁ ସାନିଟାଇଜ କରିବାପାଇଁ ପଡ଼ାବାସୀ ନେହେନା ସରପଞ୍ଚ, ଖଡ଼ିଆଳ ବିଡ଼ିଓ, ଖଡ଼ିଆଳ ଅଗ୍ନିଶମ ବାହିନୀ ସମସ୍ତଙ୍କୁ ଯୋଗାଯୋଗ କରି ନେହୁରା ହେଲେ । ହେଲେ ସରପଞ୍ଚ ଠାରୁ ଆରମ୍ଭକରି ବିଡ଼ିଓ ,ଅଗ୍ନିଶମ ବାହିନୀ କେହିମଧ୍ୟ କର୍ଣ୍ଣଗୋଚର କଲେନାହିଁ ।