ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ ବ୍ୟାଙ୍କ ସହାୟକ, ବିଭିନ୍ନ ସ୍ଥାନରେ ଚଢାଉ - ବ୍ୟାଙ୍କ ସହାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡା ଜିଲ୍ଲା କୋମନାରେ କେନ୍ଦ୍ର କୋପରେଟିଭ ବ୍ୟାଙ୍କ କର୍ମଚାରୀ ପ୍ରଦୀପ କୁମାର ଚନ୍ଦ୍ରକାରଙ୍କ ଘରେ ଚଢାଉ । ଅଧିକ ପଢନ୍ତୁ

vigilance raid
vigilance raid

By

Published : Jun 12, 2023, 10:07 AM IST

ନୂଆପଡା:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ୟାଙ୍କ ସହାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଭବାନୀପାଟଣା କେନ୍ଦ୍ର କୋପରେଟିଭ ବ୍ୟାଙ୍କ କର୍ମଚାରୀ ପ୍ରଦୀପ କୁମାର ଚନ୍ଦ୍ରକାରଙ୍କ ବାସଭବନ ସହ କୋମନା ସ୍ଥିତ ବ୍ୟାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରିଛି ।

ସୂଚନା ମୁତାବକ, ଭବାନୀପାଟଣା କେନ୍ଦ୍ର କୋପରେଟିଭ ବ୍ୟାଙ୍କ କର୍ମଚାରୀ ବେଆଇନ ସରକାରୀ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ସ୍ପେଶାଲ ବିଚାରପତିଙ୍କ ଠାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ମୁତାବକ ଭିଜିଲାନ୍ସ ସ୍ପେଶାଲ ବିଚାରପତି ନିର୍ଦ୍ଦେଶରେ ସର୍ଚ୍ଚ ୱାରେଣ୍ଟ ଜାରି ହୋଇଥିଲା । ଏହି ଚଢାଉରେ 3 ଜଣ ଭିଜିଲାନ୍ସ DSP, 3 ଜଣ ଭିଜିଲାନ୍ସ ଇନ୍ସପେକ୍ଟରଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି । ସେହିପରି ଚଢାଉ ସମୟରେ ଚନ୍ଦ୍ରକାରଙ୍କ ଦ୍ଵିତୀୟ ମହଲା ବିଶିଷ୍ଟ ବିଲ୍ଡିଂ, 3000 ସ୍କୋୟାର ଫୁଟର ଦୁଇଗୋଟି ବିଲ୍ଡିଂ ଓ କୋମନା ଶାଖା କାର୍ଯ୍ୟାଳୟ ଉପରେ ଚଢାଉ ଜାରି ରହିଛି ।

ସେହିପରି ଆଜି କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି । କଟକ ଓ ଭୁବନେଶ୍ବର 4 ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି ।

ପ୍ରକାଶ ଥାଉକି, ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଥିଲେ ସୁନ୍ଦରଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା । ଏନେଇ ତାଙ୍କର ବାସଭବନ ଓ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ବେଳେ କୋଟି କୋଟି ଟଙ୍କା ସମ୍ପତ୍ତି ଠାବ ହୋଇଥିଲା । ୧ କୋଟି ୬୭ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ ସହ ଘରୁ ନଗଦ ୧୦ ଲକ୍ଷ ଟଙ୍କା, ୨୦୦ ଗ୍ରାମ ସୁନା ଅଳଙ୍କାର, ଦୁଇଟି ଦୁଇ ଚକିଆ ଯାନ, ଜମି ଏବଂ ପ୍ଲଟ କାଗଜପତ୍ର ଜବତ କରାଯାଇଥିଲା । ଏନେଇ ସହକାରୀ ଯନ୍ତ୍ରୀଙ୍କୁ ଗିରଫ ମଧ୍ୟ କରିଥିଲା ଭିଜିଲାନ୍ସ ଟିମ୍ ।

ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ RWD ସହକାରୀ ଯନ୍ତ୍ରୀ, ଭଦ୍ରକର ବିଭିନ୍ନ ସ୍ଥାନରେ ଚଢ଼ାଉ

ସହକାରୀ ଯନ୍ତ୍ରୀଙ୍କ ଦୁଇ ମହଲା କୋଠା, ଦୁଇଟି ପ୍ଲଟ ଜମି ସହିତ ବ୍ୟାଙ୍କ, ଡାକ ଓ ବୀମା ଆକାଣ୍ଟରେ ୧ କୋଟି ୬୭ ଲକ୍ଷରୁ ଅଧିକ ଜମା ରହିଥିବା ନେଇ ଜଣାପଡିଥିଲା । ସେହିପରି ନିଜ ପୁଅ ଝିଅଙ୍କ ପାଠ ପଢାରେ ସେ ୮୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ସଞ୍ଜୟ ବେହେରା ନିଜ ପୁଅ ଝିଅଙ୍କ ଡାକ୍ତରୀ ଶିକ୍ଷା ପାଇଁ ୮୧.୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details