ନୂଆପଡା:ଅସହାୟ ଯନ୍ତ୍ରଣାର ଛଟପଟ ହେଉଛି ଶିଶୁ । ସରକାର ସ୍ବାସ୍ଥ୍ୟ ସେବା ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି କିନ୍ତୁ ସେମାନଙ୍କ ପାଖରେ ଅପହଞ୍ଚ । ଗରିବ ଅସହାୟ ପରିବାର ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବା ନାଁ ରେ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ଏହି ଯୋଜନା ବଳରେ କୌଣସି ଗରିବ ହିତାଧିକାରୀ ଚିକିତ୍ସା ଅଭାବରୁ ମୃତ୍ୟୁ ମୁଖରେ ପଡିବେ ନାହିଁ। ଏହା ହେଉଛି ସରକାରଙ୍କ ମୂଳ ଲକ୍ଷ୍ୟ। ହେଲେ ଏହି ଜନକଲ୍ୟାଣ କାରୀ ଯୋଜନା ନୂଆପଡା ଜିଲ୍ଲାରେ ଏକ ପ୍ରକାର ବାଟ ବଣା। ସାଧାରଣ ଲୋକେ ମାଗଣା ଚିକିତ୍ସା ନ ପାଇ ଜୀବନ ମରଣ ସହ ସଂଗ୍ରାମ କରୁଥିବା ନଜିର ରହିଛି। ଆସନ୍ତୁ ଦେଖିବା ଇଟିଭି ଭାରତର ରିପୋର୍ଟ ।
ଅଜଣା ଚର୍ମରୋଗରେ ଆକ୍ରାନ୍ତ ଶିଶୁ, ଆର୍ଥକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ
ଅସହାୟ ଯନ୍ତ୍ରଣାର ଛଟପଟ ହେଉଛି ଶିଶୁ । ନୂଆପଡା ଜିଲ୍ଲା ନିଲଜି ଗ୍ରାମର ଅସହାୟ ମୋହିତ ସା ,ତାଙ୍କର 10 ବର୍ଷର ନାବାଳକ ଜୟଦେବ ସା ,ଅଜଣା ଚର୍ମ ରୋଗରେ ପୀଡିତ। ଚିକିତ୍ସା ପାଇଁ ଅର୍ଥକ ଅବସ୍ଥା ସ୍ବଚ୍ଛଳ ନଥିବାବେଳେ ଆର୍ଥକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ନିବେଦନ । ଅଧିକ ପଢନ୍ତୁ...
ନୂଆପଡା ଜିଲ୍ଲା ନିଲଜି ଗ୍ରାମରେ ମୋହିତ ସା ଙ୍କର 10 ବର୍ଷର ନାବାଳକ ଜୟଦେବ ସା ଅଜଣା ରୋଗରେ ପୀଡିତ। ଜନ୍ମର କେଇ ଘଣ୍ଟା ପରେ ହଠାତ ଶରୀରର ପ୍ରତ୍ୟେକ ଅଙ୍ଗକୁ ବ୍ୟାପିଗଲା ଏହି ମାରାତ୍ମକ ଚର୍ମ ରୋଗ। ଶରୀର ଯାକ ଚିତ୍ରିତ ହୋଇ ଚର୍ମ ଗୁଡିକ ଦାଗ ଦାଗ ହୋଇ ନାବାଳକ ଶିଶୁ କୁ ଯନ୍ତ୍ରଣା ଦେଇ ଚାଲିଛି ଏହି ଅଜଣା ରୋଗ। ବାପା ଧାର କରଜ କରି ଶକ୍ତି ସାମର୍ଥ୍ୟ ଅନୁସାରେ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରିଛନ୍ତି। ହେଲେ ଜୟଦେବ ଆରୋଗ୍ୟ ଲାଭ କଲା ନାହିଁ । ଧୀରେ ଧୀରେ ଆହୁରି ଅଧିକ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ବାରେ ଲାଗିଛି । ଉଚ୍ଚତର ଚିକିତ୍ସା ପାଇଁ ଯଦି ସରକାର କିମ୍ବା ଜିଲ୍ଲା ପ୍ରଶାସନ ତରଫରୁ କୌଣସି ସାହାର୍ଯ୍ୟ ସହଯୋଗ ମିଳେ ନିଶ୍ଚିତ ଭାବେର ଉପକୃତ ହୋଇପାରିବେ । ଏ ନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲା ପ୍ରଶାସନକୁ ସାହାର୍ଯ୍ୟ ପାଇଁ ନିବେଦନ କରିଛନ୍ତି । ଦୁଃଖ ଯନ୍ତ୍ରଣାରେ ବିକଳ ହେଉଥିବା ପୁଅର ଚିକିତ୍ସା ପାଇଁ ଶିଶୁର ବାପା ଏବଂ ଅଜା ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ କରିଛନ୍ତି।
ମୋତିଲାଲ ବାଗ ଇଟିଭି ଭାରତ,ନୂଆପଡ