ଓଡିଶା

odisha

ETV Bharat / state

ଏକତରଫା ପ୍ରେମିକର ଉନ୍ମତ୍ତ କାଣ୍ଡ, ଦୁଇ ଯୁବତୀଙ୍କୁ ଛୁରାମାଡ - ନୂଆପଡାରେ ଦୁଇ ଯୁବତୀଙ୍କୁ ଛୁରାମାଡ

ପ୍ରେମ ନିବେଦନ ବିଫଳ ହେବାରୁ ଦୁଇ ଯୁବତୀଙ୍କୁ ଛୁରାମାଡ କଲା ପ୍ରେମିକ । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ଏକତରଫା ପ୍ରେମିକର ଉନ୍ମତ୍ତ କାଣ୍ଡ,ଦୁଇ ଯୁବତୀଙ୍କୁ ଛୁରାମାଡ
ଏକତରଫା ପ୍ରେମିକର ଉନ୍ମତ୍ତ କାଣ୍ଡ,ଦୁଇ ଯୁବତୀଙ୍କୁ ଛୁରାମାଡ

By

Published : Nov 5, 2020, 8:20 AM IST

Updated : Nov 5, 2020, 11:01 AM IST

ନୂଆପଡା: ଏକତରଫା ପ୍ରେମରୁ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ପ୍ରେମ ନିବେଦନ ବିଫଳ ହେବାରୁ ଦୁଇ ଯୁବତୀଙ୍କୁ ଛୁରାମାଡ କରି ଲହୁଲୁହାଣ କଲା ପ୍ରେମିକ । ବୋଡେନ ଥାନା ବୋଇରଗାଁ ଇମ୍ପେରୀୟଲ ସ୍କୁଲ ଛିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ଦୁଇ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଯୁବତୀ ଦ୍ବୟ ବୋଡେନ ଥାନା ଚିକଲଛୁଆଁ ଗାଁର ହୋଇଥିବା ବେଳେ ଅଭିଯୁକ୍ତ ପ୍ରେମିକ ଗୋଇର ଗାଁର 42 ବର୍ଷୀୟ ଲଳିତ ନାଏକ ବୋଲି ଜଣାପଡିଛି ।

ଏକତରଫା ପ୍ରେମିକର ଉନ୍ମତ୍ତ କାଣ୍ଡ, ଦୁଇ ଯୁବତୀଙ୍କୁ ଛୁରାମାଡ

ସୂଚନାଯୋଗ୍ୟ, ଚିକଲଛୁଆଁ ଗାଁର ଦୁଇ ଯୁବତୀ ଡ୍ରେସ ଓ କିଛି ପ୍ରସାଧନ ସାମଗ୍ରୀ କିଣିବା ପାଇଁ ବୋଡେନ ଗ୍ରାମକୁ ଆସିଥିଲେ । ଡ୍ରେସ କିଣି ନିଜ ଗାଁକୁ ଫେରୁଥିବା ସମୟରେ ବାଟରେ ଯୁବକଟି ଜଗି ରହିଥିଲା । ସେ ଜଣେ ଯୁବତୀଙ୍କୁ ଜୋର ଜବରଦସ୍ତ ଟେକି ନେବାକୁ ଚେଷ୍ଟା କରୁଥିବା ସମୟରେ ସଂପୃକ୍ତ ଯୁବତୀଙ୍କ ସାଙ୍ଗ ତାଙ୍କୁ ବାଧା ଦେଇଥିଲା । ଫଳରେ ଯୁବକଟି ଉତକ୍ଷିପ୍ତ ହୋଇ ଏକ ଧାରୁଆ ଛୁରୀରେ ଦୁଇ ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ତେବେ ଅଭିଯୁକ୍ତ ଯୁବକ ଜଣକ ବିବାହିତ ହୋଇଥିବା ଜଣାପଡିଛି । ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏ ସମ୍ପର୍କରେ ଅଭିଯୋଗ ପରେ ବୋଡେନ ପୋଲିସ ତଦନ୍ତ ଚଳାଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Nov 5, 2020, 11:01 AM IST

ABOUT THE AUTHOR

...view details