ନୂଆପଡା: ଜିଲ୍ଲା ଦେଇ ଯାଇଥିବା 353 ନମ୍ବର ଜାତୀୟ ରାଜପଥର କୁରୁମପୁରୀ ଗାଁଠାରେ ଏକ ସଡକ ଦୁର୍ଘଟଣା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ଟ୍ରକ ଡ୍ରାଇଭର ବୋଲି ଜଣାପଡିଛି ।
ବୁଧବାର ସକାଳ 8ଟା ସମୟରେ ଛତିଶଗଡ଼ ରାୟପୁରଠାରୁ ଏକ ମାଲ ବୋଝେଇ ଟ୍ରକ ବଲାଙ୍ଗୀରର କଣ୍ଟାବାଞ୍ଝି ଅଭିମୁଖେ ଯାଉଥିଲା । ଟ୍ରକ ଦ୍ରୁତ ଗତିରେ ଥିବା କାରଣରୁ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ଟ୍ରକଟି ଓଲଟି ପଡିବାରୁ ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ।