ଓଡିଶା

odisha

ETV Bharat / state

ହଳଦୀ ଗାଁରେ ବାଘ ଆତଙ୍କ, ବନ ବିଭାଗ ଅପରେସନ ଜାରି - ନୂଆପଡା ବାଘ ଆତଙ୍କ

ନୂଆପଡା ଜିଲ୍ଲା ଖରିଆରରୋଡ଼ ବନ ବିଭାଗ ଅଧିନସ୍ଥ ବହୁ ଚର୍ଚ୍ଚିତ ହଳଦୀ ଗାଁରେ ବାଘ ଆତଙ୍କ । ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ କରାଯାଉଛି ସଚେତନ । ଅଧିକ ପଢନ୍ତୁ...

ହଳଦୀ ଗାଁରେ ବାଘ ଆତଙ୍କ, ବନ ବିଭାଗ ଅପରେସନ ଜାରି
ହଳଦୀ ଗାଁରେ ବାଘ ଆତଙ୍କ, ବନ ବିଭାଗ ଅପରେସନ ଜାରି

By

Published : Jan 26, 2021, 7:20 PM IST

ନୂଆପଡା: ଜିଲ୍ଲା ଖରିଆରରୋଡ଼ ବନ ବିଭାଗ ଅଧିନସ୍ଥ ବହୁ ଚର୍ଚ୍ଚିତ ହଳଦୀ ଗାଁରେ 2ଟି କଲରା ପତରିଆ ବାଘ ଆତଙ୍କ ଖେଳାଇଛନ୍ତି । ବାଘ ଜଙ୍ଗଲର ମନ୍ଦିର ପାଖରେ ବିଚରଣ କରୁଥିବା ଗାଁ ଲୋକେ ଦେଖିଥିବା ପ୍ରକାଶ କରିଛନ୍ତି । ଯଦ୍ବାରା ସ୍ଥାନୀୟ ଲୋକଙ୍କ ଆଖିରୁ ନିଦ ହଜିଯାଇଛି । ଖବର ପାଇ ଖରିଆରରୋଡ଼ ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ବରେ ବନ ବିଭାଗର ଏକ ଟିମ ହଳଦୀ ଗାଁକୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ବାଘର ଗତିବିଧି ଅନୁଧ୍ୟାନ କରିଛନ୍ତି । ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସନ୍ଧ୍ୟା 7ଟା ସମୟରୁ ସକାଳ 7ଟା ପର୍ଯ୍ୟନ୍ତ ଘରୁ ଏକୁଟିଆ ପଦାକୁ ନ ବାହାରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି ।

ହଳଦୀ ଗାଁରେ ବାଘ ଆତଙ୍କ, ବନ ବିଭାଗ ଅପରେସନ ଜାରି

2017 ମସିହାରେ ହଳଦୀ ଗାଁ ପ୍ରଥମ କରି ଚର୍ଚ୍ଚାକୁ ଆସିଥିଲା । ସେତେବେଳେ ଛଗନ ପାଣ୍ଡେ ନାମକ 4 ବର୍ଷର ଶିଶୁ ନିଜ ମାଆ କୋଳରେ ଶୋଇଥିଲା । ବାଘ ଚତୁରତାର ସହ ଘର ଭିତରକୁ ପଶି ମାଆ କୋଲରୁ ଶିଶୁକୁ ଛଡାଇ ନେଇ ଜଙ୍ଗଲ ମଧ୍ୟରେ ଆହାର ପୂର୍ବକ ଖାଇ ଯାଇଥିଲା । ଏହାପରେ ମଧ୍ୟ ବାଘର ଭୋକ ମେଣ୍ଟି ନଥିଲା । ପୁଣି ଦ୍ୱିତୀୟ ଥର ରାତ୍ରିରେ ଶୋଇଥିବାବେଳେ ହଳଦୀ ଗାଁର ଆଈ ନାତୁଣୀକୁ ଆକ୍ରମଣ କରିଥିଲା । ସେହି ସମୟରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗ ବାଘକୁ ଯନ୍ତାରେ କାବୁ କରି ନନ୍ଦନକାନନରେ ନେଇ ଛାଡିଥିଲା । ଫଳରେ ଗାଁଲୋକେ ଆସ୍ବସ୍ଥ ହୋଇଥିଲେ । ଏବେ ପୁଣି 2ଗୋଟି ବାଘ ଦେଖି ଗାଁଲୋକେ ଆତଙ୍କିତ ହୋଇପଡିଛନ୍ତି । ବାଘକୁ ଘଉଡ଼ାଇ ଲୋକଙ୍କୁ ସଚେତନ କରିବାପାଇଁ ଆଜି ବନ ବିଭାଗ ପକ୍ଷରୁ ହଳଦୀ ଗାଁ ଜଙ୍ଗଲରେ ଅପରେସନ ଜାରି ରହିଛି । ବନାଞ୍ଚଳ ଅଧିକାରୀ ନିରଞ୍ଜନ ମାଝୀଙ୍କ ନେତୃତ୍ବରେ ବନପାଳ, ବନରକ୍ଷୀ, ବନ ସୁରକ୍ଷା ସମିତି ସମେତ ଗ୍ରାମବାସୀ ମିଶି ବାଘ ଗତିବିଧି ଅନୁଧ୍ୟାନ କରିବା ସହ ଗାଁରେ ବୈଠକ କରି ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details