ଓଡିଶା

odisha

ETV Bharat / state

କାଳବୈଶାଖୀ ଉଜାଡି ଦେଲା କଦଳୀ ଚାଷୀଙ୍କ ସ୍ବପ୍ନ, ସହାୟତା ଦାବି - banana farming

ଘୂର୍ଣ୍ଣିଝଡ ସହ କାଳବୈଶାଖୀ ବର୍ଷାରେ କଦଳୀ ଚାଷ ନଷ୍ଟ ହୋଇଛି । କ୍ଷତିଗ୍ରସ୍ତ କଦଳୀ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସମୂହ ଚାଷୀ ଦାବି କରିଛନ୍ତି ।

କାଳବୈଶାଖୀ ଉଜାଡି ଦେଲା କଦଳୀ ଚାଷ, କ୍ଷତିଗ୍ରସ୍ତ ଚାଷୀଙ୍କୁ ସାହାୟତା ଦାବି
କାଳବୈଶାଖୀ ଉଜାଡି ଦେଲା କଦଳୀ ଚାଷ, କ୍ଷତିଗ୍ରସ୍ତ ଚାଷୀଙ୍କୁ ସାହାୟତା ଦାବି

By

Published : Jun 13, 2020, 4:05 PM IST

Updated : Jun 13, 2020, 4:44 PM IST

ନୂଆପଡା: ଜିଲ୍ଲାରେ ପ୍ରବଳ ଘୂର୍ଣ୍ଣିଝଡ ସହ କାଳବୈଶାଖୀ ବର୍ଷା କଦଳୀ ଚାଷୀଙ୍କୁ ଦାଉ ସାଜିଲା । ଜିଲ୍ଲାର ଖଡ଼ିଆଳ, ସିନାପାଲି, କୋମନା, ବୋଡେ଼ନ ବ୍ଲକର କଦଳୀ ଚାଷୀଙ୍କ ଚାଷ ଉଜୁଡି ଯାଇଛି । କଦଳୀ ଗଛ ଗୁଡିକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।

କାଳବୈଶାଖୀ ଉଜାଡି ଦେଲା କଦଳୀ ଚାଷୀଙ୍କ ସ୍ବପ୍ନ, ସହାୟତା ଦାବି

ସୂଚନାମୁତାବକ, ସିନାପାଲି, ଘଣ୍ଟିଗୁଡା, କଇଁଟପଦର, ଗଣ୍ଡାବାହେଲି, ବୋଟୋପାଲି, ଖଡ଼ିଆଳ କୁସମାଲ, କୋମନା ଛତା ଆଦି ଅଞ୍ଚଳର ଚାଷୀ ଅଧିକ ଲାଭବାନର ଆଶା ନେଇ କଦଳୀ ଚାଷ କରିଥିଲେ। ଚାଷକୁ ନେଇ ଧାର କରଜ କରି ଋଣ ନେଇ ଅଧିକ ଟଙ୍କା ବିନିଯୋଗ କରିଛନ୍ତି ।

ଖତ ସାର କୀଟନାଶକ ପ୍ରୟୋଗ କରି ଭଲ ଚାଷ କରିଥିଲେ ଚାଷୀ । କଦଳୀ ଚାଷ ମଧ୍ୟ ବହୁତ ଭଲ ହୋଇଥିଲା। ଫଳରେ ଭଲ ଦି ପଇସା ହେବ ବୋଲି ଚାଷୀ ଆଶା ବାନ୍ଧିଥିଲା।

ହେଲେ ପ୍ରକୃତିର ତାଣ୍ଡବରେ କଦଳୀ ଚାଷୀ କ୍ଷତିଗ୍ରସ୍ତ ହୋଇଛି । ଏବେ ଚାଷୀ ମୁଣ୍ଡରେ ଚଡକ । କ୍ଷତିଗ୍ରସ୍ତ କଦଳୀ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସମୂହ ଚାଷୀ ଦାବି କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Jun 13, 2020, 4:44 PM IST

ABOUT THE AUTHOR

...view details